ହେ ପ୍ରଭୁ ପ୍ରେମମୟ
ତୁମରି କୃପା କରୁ ଆମରି, ଜୀବନ ମଧୁମୟ .. (ଘୋଷା)
ଦେଇଛୁ ଦିନ ବିତାଇ ଯେତେ ପାପ କାଳିମା ନେଇ,
ରଖିଲୁ ତୁମ ଶ୍ରୀପାଦ ପଦ୍ମେ, କ୍ଷମା କର ଦୟାମୟ
ତୁମରି କୃପା କରୁ ଆମରି, ଜୀବନ ମଧୁମୟ… |୧ |
ମୋ ପାପ ଅଙ୍ଗେ ବହିଲ ପ୍ରଭୁ ନିଜକୁ ବଳି ଦେଇ
କାଲବରୀର ରକତ ଧାରେ, ସେ ସବୁ ଧୋଇ ଦିଆ
ତୁମରି କୃପା କରୁ ହେ ପ୍ରଭୁ, ଜୀବନ ମଧୁମୟ …|୨|
ମରମେ ଉଠେ ଜାଗି ହେ ପ୍ରଭୁ, ତବ ପରଶ ପାଇ
ତମସା ଘେରା ଆମ ଅନ୍ତର, କର ଆଲୋକମୟ
ତୁମରି କୃପା କରୁ ହେ ପ୍ରଭୁ, ଜୀବନ ମଧୁମୟ…|୩|
No comments:
Post a Comment