Monday, February 17, 2025

he nidralu kana karucha ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି ! Odia Christian Lyrics

 ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି !

କେଉଁଠାରୁ ତୁମେ ଆସିଛି ? କେଉଁ ଭୁଲ ତୁମେ କରିଛି ?
କୁହ ତୁମରି କେଉଁ ଦେଶ ? କାହା ସେବା ତୁମେ କରୁଛ ?
ହା..ହା..ହା… ହୋ….. ହୋ…. ହୋ…. (ଘୋଷା)

ବଡ ସହର ନୀନିବୀ ନଗର ଦୁଷ୍ଟତାରେ ଭରପୁର
ଲାଗୁଛି ଡର ଯିବାକୁ ମୋର କେମିତି ହେବ ପ୍ରଷ୍ଟର
ତର୍ଶାଶକୁ ମୁହଁ ଯାଉଛି ମହାପାପ ମୁହଁ କରିଛି
ହା..ହା..ହା… ହୋ….. ହୋ…. ହୋ…. || ୧ ||

ଏହି ସଂସାରେ ପାପ ସାଗରେ ଖେଳୁଅଛୁ ସିନା ଆମେ
ମହା ତୋଫାନ ଆସିବ ଦିନ
ପାରି ହେବା କେଉଁ ନାମେ ?
ଜାହାଜର ନାବିକ ଯୀଶୁ, ଜୀବନ ପଥ ହି ଯୀଶୁ
ହା…ହା…ହା… ହୋ….. ହୋ…. ହୋ…. || ୨ ||

ଜାହାଜ ଯେବେ ବୁଡ଼େ ସାଗରେ ଆଉ ନାହିଁ ତାର ଗତି
ଯୀଶୁଙ୍କ ବିନା ନାହିଁ କାହାର, ଦେବା ପାଇଁ ଆଉ ମୁକ୍ତି
ଉଠ ଉଠ ମଠ ନ କର, ଚାଲ ପ୍ରଭୁ ଯୀଶୁଙ୍କ ପାଶ
ହା…ହା..ହା… ହୋ….. ହୋ…. ହୋ…|| ୩ ||

No comments: