Monday, February 17, 2025

harini jemiti jaladhara pain ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ Odia Christian Lyrics

 ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳ

ପ୍ରଭୁ ସେମିତି ମୋ ପ୍ରାଣ ତୁମ ପାଇଁ ବ୍ୟାକୁଳ… (ଘୋଷା)

ଲୁହ ମୁଁ ପିଇଛି ଆକୁଳେ କାନ୍ଦିଛି, କେତେ ଦିନ ରାତି
ବାରବାର ଯେବେ ଲୋକେ ପଚାରନ୍ତି, ତୋ’ ପ୍ରଭୁ କାହାନ୍ତି ?
ମନ କାହିଁକିରେ ବିଚଳିତ, ହେଉ କିମ୍ପା ଏତେ ଶୋକାନ୍ଦିତ
ରଖିଥା ଭରସା ସେ ତୋର ସହାୟ, ସେ ତୋ ଈଶ୍ଵର || ୧ ||

ଢ଼ାଳିଦେବେ ତାଙ୍କ ପ୍ରେମ ଅନୁଗ୍ରହ ସିଏ ଦିବସରେ
ରାତିରେ ଗାଇବି ପ୍ରାର୍ଥନା ତୋଳିବି ତାଙ୍କ ଉଦ୍ଦେଶ୍ୟରେ
ମନ କାହିଁକିରେ ବିଚଳିତ, ହେଉ କିମ୍ପା ଏତେ ଶୋକାନ୍ବିତ
ରଖିଥା ଭରସା ସେ ତୋର ସହାୟ, ସେ ତୋ’ ଈଶ୍ଵର || ୨ ||

ସୂଚୀମାଳାକୁ ଫେରନ୍ତୁ

No comments: