ବ୍ୟସ୍ତ କିମ୍ପା ମନ ?

ଧର ପ୍ରଭୁ ଚରଣେ ଶରଣ । ଘୋଷା । 

ମନରେ ବିବେଚି ଦେଖସେ ତୋର ପ୍ରତିପାଳକ,
ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।

ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନ
ସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ । 

ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,
କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ ।

କାରଣ ସେ ମିତ୍ର ତୋରଅଟନ୍ତି ଢାଲ ଆବର,
ଦିଅନ୍ତି ସାନ୍ତ୍ୱନା ମୋତେ ତାଙ୍କର ବାଡ଼ି ପାଞ୍ଚଣ । ୪ । 

ଏ କଥା ନିଶ୍ଚେ ଅଟଳଜୀବନ ଯାଏ ମୋହର 
ଅନୁଗ୍ରହ ମଙ୍ଗଳ ମୋ ପଛେ କରିବ ଗମନ । ୫ ।