ବଡ଼ ସଙ୍କଟ ଦିନ,

ଆସୁଅଛି ଖରତରେ କରି ଗର୍ଜ୍ଜନ । ଘୋଷା । 

 

ଦେଖ ଆକାଶେପ୍ରଭୁ ଯୀଶୁ ଆସୁଛନ୍ତି ଏହି ଭୁବନେ;

ଚନ୍ଦ୍ର ସୂର୍ଯ୍ୟ କଳା ହେବନକ୍ଷତ୍ର ସବୁ ଝଡ଼ିବ,

ସକଳ ମୃତ ଦେହର ହେବ ଉତ୍ଥାନ । ୧ ।

ଏହି ପୃଥିବୀ ତରଳି ମିଳାଇଯିବ ଦେଖି ତତ୍‌କ୍ଷଣ;

ପ୍ରଭୁ ଯୀଶୁ ମେଘାରୁଢ଼ତୂରୀ ଶବ୍ଦ କି ପ୍ରଚଣ୍ଡ,

ଆକାଶ ଭାଙ୍ଗିବ ମହା ଶବ୍ଦ କରିଣ । ୨ ।

ଏକ ନିମିଷେ ଖ୍ରୀଷ୍ଟଙ୍କ ଛାମୁରେ ଉଭା ସକଳ ଜନ;

ଆହା ସେ କି ଭୟ-ଦିନଡାକିବେ ଦୁର୍ଜ୍ଜନଗଣ,

ଲୁଚାଇ ରଖ ଆମକୁ ଗୁହା କାନନ । ୩ ।

କେତେ କହିବେକଲୁଁ ତୁମ୍ଭ ନାମେ ନାନା ଆଶ୍ଚର୍ଯ୍ୟ କର୍ମ;

କ୍ରୋଧେ କହିବେ ଈଶ୍ୱରଶାପଗ୍ରସ୍ତେ ହୁଅ ଦୂର,

ଅନନ୍ତ ନରକ-ହ୍ରଦେ ଯାଅ ଏକ୍ଷଣ । ୪ ।

ଥିବେ ସଙ୍ଗତେ ଖର୍ବ ଖର୍ବ ଧର୍ମ ଦୂତ ଜାଜ୍ଜ୍ୱଲ୍ୟମାନ;

କହେ ଦୀନ ଅକିଞ୍ଚନ,

ହୁଅ ମୋଠାରେ ପ୍ରସନ୍ନ,

ଯେମନ୍ତେ ମୁଁ ଠିଆ ହେବି ତବ ଡାହାଣ । ୫ ।

ସୂଚୀମାଳାକୁ ଫେରନ୍ତୁ