ବାଟୋଇ ବାରେ ତୁ ପଛକୁ ଅନା
ପଛପଟୁ ତୋର ଡାକ ଛୁଟୁଛି ଆଗକୁ ଆଗେଇ ଯା’ନା (ଘୋଷା)

ମରୁ ମରୀଚିକା ଦେଖି ତୁ ଧାଉଁଛୁ ତୋ ପ୍ରାଣ ବିକଳେ ସିନା
ଆତ୍ମାର ପିପାସା ମେଣ୍ଟିବ ନାହିଁରେ ହୋଇଛୁ ତୁ ପଥ ବଣା || ୧ ||

ଧାଇଁ ଧାଇଁ ଧନ ଅରଜୁଛୁ ତୁ ତା’ ପାଇଁ ଜୀବନ ଦେ’ନା
ପଡ଼ିଥିବ ତୋର ସାଇତିଲା ଧନ ଖାଲିହାତେ ଯିବୁ ସିନା || ୨ ||

ତୋ ଯଉବନର ଏ ଅଭିମାନେ ହୋଇଅଛୁ ଗର୍ବମନା
ଆର ଘଡିକରେ ଝାଉଁଳି ଯିବୁରେ ନାହିଁ କିରେ ତୋତେ ଜଣା || ୩ ||

ସେ ପଥ ତେଜି, ଯୀଶୁ ନାମ ଭଜି ସ୍ବର୍ଗୀୟ ପଥକୁ ଅନା
ସରଗର ସୁଖ ପାଇବୁରେ ଭାଇ ଉଡ଼ାଇବୁ ଜୟବାନା ||୪||

ସୂଚୀମାଳାକୁ ଫେରନ୍ତୁ