ବଢ଼ୁ ପ୍ରଭୁ ଧର୍ମ ରାଜ୍ୟ ପୃଥ୍ୱୀ ସମୁଦାୟସର୍ବେ ବୋଲୁ ଜୟ,

ଶୟତାନ ଗର୍ବ ଖର୍ବ କର ଦୟାମୟ । ଘୋଷା 

ପ୍ରତି ଜିହ୍ୱା ଖ୍ରୀଷ୍ଟ ନାମ            ସ୍ୱୀକାର କରୁ ବହନ

ପ୍ରଭୁ ଯୀଶୁ ବିରାଜ ହେ           ସକଳ ହୃଦୟ । ୧ ।

ନିବିଡ଼ ଅନ୍ଧକାରରେ  ମରଣ ଛାୟା ସ୍ଥଳୀରେ

ହେ ଧର୍ମ-ତପନ ଖ୍ରୀଷ୍ଟ           ହୁଅ ହେ ଉଦୟ । ୨ ।

ଯହିଁ ଯେତେ ଅଛି ଗ୍ରାମ          ସର୍ବଠାରେ ଯୀଶୁ ନାମ

ସର୍ବେ ବୋଲୁ ଦେଇ ମାନ୍ୟ      ଜୟ ଯୀଶୁ ଜୟ । ୩ ।

ସୂଚୀମାଳାକୁ ଫେରନ୍ତୁ