ହେ ଯୀଶୁ ଈଶ୍ୱର ନନ୍ଦନ,

ତୁମ୍ଭ ଶ୍ରୀପାଦେ ମୋହର ବନ୍ଦନ । ଘୋଷା ।

ଅନାଦି ଅନନ୍ତ ସ୍ୱୟମ୍ଭୁଅଦ୍ୱିତୀୟ ନିଖିଳ ବିଶ୍ୱବିଭୁସର୍ବଶକ୍ତିମାନ,

କୃପାରେ ମହାନପ୍ରେମେ ପରିପୂର୍ଣ୍ଣ ଅଟ ନିରୂପମ । ୧ । 

 

ସର୍ବଜ୍ଞ ସକଳାନ୍ତର୍ଯ୍ୟାମୀଚର ଅଚର ସର୍ବଭୂତ ସ୍ୱାମୀ,

ନିଷ୍କଳଙ୍କ ମୂର୍ତ୍ତିଜଗତର ଜ୍ୟୋତିଃପ୍ରକାଶ କରିଛ ଧର୍ମମୟ ଦୀପ୍ତି । ୨ । 

 

ତୁମ୍ଭେ ମୋର ନିତ୍ୟ ଜୀବନତୁମ୍ଭ ମରଣେ ମୋର ପରିତ୍ରାଣ,

ହୁଅ ହେ ପ୍ରସନ୍ନକର ଅଧିଷ୍ଠାନକରିଲି ମୋ ଦେହ ଆତ୍ମା ସମର୍ପଣ । ୩ ।

ସୂଚୀମାଳାକୁ ଫେରନ୍ତୁ