ହେ ଯୀଶୁ ହେ ପ୍ରଭୁ ଆସିଛୁ ତୁମ ପାଦ ତଳେ
ଦରଶନ ଦିଅ ଥରେ .. (ଘୋଷା)


ଏହି ଜଗତର ଅନ୍ଧକାର ପଥେ,
ସଢୁଥିଲି ମୁଁ ପାପରେ
ଶୁଣି ଯୀଶୁ ନାମ ଦିଏ ପରିତ୍ରାଣ,
(ପ୍ରଭୁ) ଆସିଛି ତୁମ ଚରଣେ |୧|


ଶୁଣିଲି ମୁଁ ବାଣୀ କ୍ରୁଶର କାହାଣୀ
ମୋ ପାଇଁ ଦେଲ ଜୀବନ ।
ମୋର ପାପ ନେଇ ତୁମ ରକ୍ରେ ଧୋଇ,
(ପ୍ରଭୁ) କର ମୋତେ ନୂତନ | ୨|


ତୁମେ ମୋ ରକ୍ଷକ ହୋଇ ମୋ ପାଳକ,
ଦେଇଛ ତୁମ ଅନୁଗ୍ରହ ।
ତୁମ ନାମ ଗାଏ ସଦା ଆନନ୍ଦ ପାଏ,
(ଯୀଶୁ) ତାହା ମୁଁ ଚାହେଁ ଜୀବନେ… |୩|

ସୂଚୀମାଳାକୁ ଫେରନ୍ତୁ