ହେ ଶାଲମ ରାଜନ !

ତବ ପ୍ରିୟ ନାମେ ଏ ମର୍ତ୍ତ୍ୟ ଭୁବନେ ହେଉ ସଦା ଜୟଗାନ । ଘୋଷା ।

ଆଉ କେତେ କାଳ ରାଜତ୍ୱ କରିବ ଜଗତ୍ପତି ଶୟତାନ ?

ତାର ପରାକ୍ରମ କର ସର୍ବ ଚୂର୍ଣ୍ଣରାଜ୍ୟ କର ନରମନ । ୧ । 

 

ସଂଗ୍ରାମ ସମ୍ବାଦ ଯୁଦ୍ଧ ଆଡ଼ମ୍ବର ଆଉ ନ ହେଉ ଶ୍ରବଣ,

ଲଙ୍ଗଳର ଫାଳ କରୁ ସର୍ବ ନର ଅସ୍ତ୍ରଶସ୍ତ୍ର କରି ଚୂର୍ଣ୍ଣ । ୨ । 

 

ହେଉ ଦୟା ସତ୍ୟତାର ସୁମିଳନଧର୍ମ ଶାନ୍ତିର ଚୁମ୍ବନ,

ସର୍ବଦେଶୀ ଭାଷୀ ଯିହୂଦୀ ବିଦେଶୀ ହେଉ ପ୍ରେମରେ ବନ୍ଧନ । ୩ ।

ସୂଚୀମାଳାକୁ ଫେରନ୍ତୁ