ହେ ପ୍ରିୟ ଯୀଶୁ

ତୁମେ ମୋ ପ୍ରାଣର ବନ୍ଧୁ
ତୁମେ ହିଁ ସତ୍ୟ ସ୍ୱୟଂମ୍ଭୁ

ଦୟାର ସିନ୍ଧୁ

ହାଲ୍ଲେଲୁୟା ଗାଉଥିବି ମୁଁ
ଯୀଶୁ ନାମ ଜପୁଥିବି ମୁଁ –0–

ତୁମ ବିନା ନାହିଁ ତ୍ରାଣ
ପରିତ୍ରାତା ଯୀଶୁ ଧନ

କ୍ରୁଶ କାଠେ ଦେଇ ପ୍ରାଣ
ଦେଲ ମୋତେ ପରିତ୍ରାଣ

ଶାଶ୍ୱତ ସେ ପ୍ରେମ କଲ ମୁଁ ପାପୀଙ୍କୁ
ଧନ୍ୟ ପ୍ରେମିକ ଯୀଶୁ

ହାଲ୍ଲେଲୁୟା ଗାଉଥିବି ମୁଁ
ଯୀଶୁ ନାମ ଜପୁଥିବି ମୁଁ –1–

ଯୀଶୁ ନାମେ ନିତି ଦିନ
କରିବି ଗୁଣ କୀର୍ତ୍ତନ

କରୁଣାରେ ପରିପୂର୍ଣ୍ଣ
ପ୍ରେମରେ ତୁମେ ମହାନ

ସର୍ବଦା ବର୍ଣ୍ଣିବି ତୁମରି ପ୍ରେମକୁ
ତ୍ରାଣକାରି ମୋ ଯୀଶୁ

ହାଲ୍ଲେଲୁୟା ଗାଉଥିବି ମୁଁ
ଯୀଶୁ ନାମ ଜପୁଥିବି ମୁଁ –2–

ସୂଚୀମାଳାକୁ ଫେରନ୍ତୁ