ହେ ତ୍ରାଣକାରୀଭବାବ୍ଧି ତରୀ,

ଯୀଶୁ କର ପାରି । ଘୋଷା ।

ଦାରୁଣ ଭବାବ୍ଧି ମଧ୍ୟରେ ପଡ଼ିଛିମୋହ-ମାୟା ପଙ୍କେ ବୁଡ଼ି ଯାଉଅଛି,

ଜଞ୍ଜାଳର ଜାଲ ମୋତେ ଭିଡୁଅଛିକାଳ କୁମ୍ଭୀର ଓଟାରି । ୧ । 

 

ନିବିଡ଼ ଅନ୍ଧାର ଘୋଟି ଆସୁଅଛିପ୍ରଚଣ୍ଡ ପବନ ଖରେ ବହୁଅଛି,

ପ୍ରବଳ ତରଙ୍ଗ ମୁଣ୍ଡରେ ଭାଙ୍ଗୁଛିପ୍ରାଣ ହେଉଅଛି ଭାରୀ । ୨ ।

ଏ ଦୁଃଖ କଷଣ ହେବାରୁ କଠିନ ହେଉଅଛି ହତ ବୁଦ୍ଧି ଜ୍ଞାନ ଧ୍ୟାନମୋ

 ବିଶ୍ୱାସ-ଧନ ଲୁଟିବା କାରଣ ଜଗି ବସିଅଛି ଅରି । ୩ ।

ଲୟର ନିକଟେ ଡାକୁଛି ଉତ୍କଟେନ ତେଜ ସଙ୍କଟେ ଲଗାଅ ହେ ତଟେ,

ମୋ ଆରତ ବାଣୀ ଦୟା ଚିତ୍ତେ ଶୁଣି ଉଦ୍ଧରି ନିଅ ସେ ପାରି । ୪ ।