ହେ ନାରୀକିପାଁ କରୁଛ ରୋଦନ ହୋଇଣ ଅତ୍ୟନ୍ତ ବିଷର୍ଣ୍ଣମନ ?

ନାହାନ୍ତି ଯୀଶୁ ନାହାନ୍ତି ଏଠାରେଉଠିଛନ୍ତି ନିଜ ବାକ୍ୟାନୁସାରେ;

କର ହେ ଦର୍ଶନପ୍ରଭୁଙ୍କ କବର ଶୟନ ସ୍ଥାନ । ୧ । 

 

ହେ ନାରୀକିପାଁ କରୁଛ ରୋଦନ ଏଡ଼େ ଶୀଘ୍ର କି ହେଲ ବିସ୍ମରଣ ?

ଯା’ଙ୍କ ମହା ବଳିଷ୍ଠ ପରାକ୍ରମେ ଲାଜାର ଉଠିଥିଲା ଚାରିଦିନେ

ଏଡ଼େ ପରାକ୍ରମେ ଉଠି କି ନ ପାରିବେ ସେ ତ୍ରିଦିନେ ।  ।

ଆଜ୍ଞାରେ ଯେ ଯାଇରସ କନ୍ୟାକୁ ଜ୍ୟାଇଥିଲେ ବିଧବାର ପୁତ୍ରକୁ,

ଘୋର ତୋଫାନ ସାଗର କଲ୍ଲୋଳ ଆଜ୍ଞାମାତ୍ର ଦେଇ ଯେ କଲେ ସ୍ଥିର,

ସେ ପ୍ରଭୁ କି ପୁଣି ମୃତ୍ୟୁ ଲହଡ଼ି ନ ପାରିବେ ଜିଣି । ୩ 

ହେ ନାରୀକିପାଁ କରୁଛ ରୋଦନ ହୁଅ ହେ ହୃଷ୍ଟ ଉଲ୍ଲସିତ ମନ;

ଦେଖଯୀଶୁ ତୁମ୍ଭ ତ୍ରାଣରାଜନଜୟ କଲେ ମୃତ୍ୟୁ ପାପାତ୍ମାଗଣ;

ଯାଅ ହେ ବହନେସମ୍ବାଦ ଦିଅ ତାଙ୍କ ଭ୍ରାତୃଗଣେ । ୪ । 

 

ହେ ନାରୀକିପାଁ କରୁଛ ରୋଦନ ହୃଷ୍ଟ ଚିତ୍ତେ ବେଗେ କର ଗମନ;

ତୁମ୍ଭ ତ୍ରାଣକର୍ତ୍ତା ଯୀଶୁ ରାଜନ କରିଅଛନ୍ତି ସେ ପୁନରୁତ୍ଥାନ,

କର ହେ ଗମନ ଗାଲିଲୀ ଦେଶେ ପାଇବ ଦର୍ଶନ । ୫ ।

ମାରିଆ ମୁଖ ଫେରାନ୍ତେ ବହନ ଯୀଶୁଙ୍କୁ ତତ୍‌କ୍ଷଣେ କଲେ ଦର୍ଶନ

ବୋଇଲେ ଯୀଶୁଆଗୋ ମରିୟମକିପାଇଁ କରୁଛ ଏତେ ରୋଦନ ?

ଗାଅ ଜୟଗୀତଆମ୍ଭେ ହୋଇଅଛୁ ପୁନର୍ଜୀବିତ । ୬ । 

 

ମାରିଆ ଯୀଶୁଙ୍କ ଦର୍ଶନ ପାଇ ଆନନ୍ଦ ମନେ ବେଗେ ଗଲେ ଧାଇଁ,

ବୋଇଲେଶୁଣ ଆହେ ଶିଷ୍ୟଗଣପ୍ରଭୁ ଦେଇଛନ୍ତି ମୋତେ ଦର୍ଶନ;

କର ହେ ପ୍ରସ୍ଥାନଗାଲିଲୀଠାରେ ପାଇବ ଦର୍ଶନ । ୭ ।