ହେ ରାଜରାଜନଜନମିଛ କେଉଁଠାରେ । ଘୋଷା ।

ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ,

ଗୁହାଳ କୁଣ୍ଡରେ ରହିଅଛ ଶୋଇ,

ତବ ଆଲୋକ ତାରକା ସମ ମୋତେ

ଦେଖାଇଛ ପଥ ପାପ-ନିଶିରେ  । ୧ 

 

ସ୍ୱର୍ଗ ସିଂହାସନ ତିଆଗି ହେ ନାଥ,

ମାନବ ରୂପ ଧରି ହୋଇଅଛ ଜାତ,

ପାପୀ ପାପ-ଭାର କରିବାକୁ ଦୂର,

ଆସିଅଛ ଆଜି ଏ ଦୀନ ବେଶରେ  । ୨ ।

 

ତବ ଶ୍ରୀ ପୟରେ ଭେଟି ଦେବା ପାଇଁ 

ସୁବର୍ଣ୍ଣ କୁନ୍ଦରୁ ଗନ୍ଧରସ ନାହିଁ,

ମମ ପାପ-ତାପ-କଳୁଷ ପରାଣ 

ଉପହାର ନିଅ ନାଥ ଦୟାରେ   । ୩ ।

ପାତକୀ ଜୀବନେ ଦେବାକୁ ମୁକତି ଭବେ କେହି ନାହିଁ ହେ ଜୀବନ ଜ୍ୟୋତିଃ

ପାପ ଅନ୍ଧକାର କର ମୋର ଦୂରଶିଶୁ ଯୀଶୁ ଆସି ମୋ’ ହୃଦ-କୁଟୀରେ । ୪ ।

ସୂଚୀମାଳାକୁ ଫେରନ୍ତୁ