ଜଗତ ମୋ ଚିର ବସିତ ନୁହଇ

କିପାଇଁ ଖୋଜିବି ବିଶ୍ରାମ ମୁଁ ତହିଁ  । ଘୋଷା ।

ସଂସାର ମୋହର ପ୍ରବାସର ଘର,

ତହିଁରେ ବିଦେଶୀ ପରି ମୁଁ ଅଟଇ

ସ୍ୱର୍ଗପୁରେ ମୋର ନିତ୍ୟସ୍ଥାୟୀ ଘର,

ସେ ତ ଈଶ୍ୱରଙ୍କ ନିର୍ମିତ ଅଟଇ ା ୧ ।

ପ୍ରବାସରେ ଥାଇ କେହି କେବେ କାହିଁ 

ସଦା ସୁଖ ଭୋଗେ କାଳ କି କାଟଇ ?

ତେବେ କିପାଁ ମୋର ଏତେ ଚିନ୍ତା ଘୋର

ପରୀକ୍ଷା କାଳରେ ମନରେ ପଡ଼ଇ ?  ା ୨ ।

କାହିଁ ପାଇଁ ଏତେ ଶୋଚନା ନିରତେ

କରି ଧ୍ୟାଉଅଛି ଦୁଃଖକୁ ମୁଁ ରହି ?

ଦେଲେ ହେଁ ବେଦନା ମୋ ମନେ ସେ ନାନା

ପଥକୁ ବଢ଼ାଇ ଆଉ କି ପାରଇ । ୩ । 

 

ସ୍ୱପ୍ନ ପରି ଶେଷ ହୋଇଯିବ କ୍ଳେଶ,

ପ୍ରବେଶ କରିବି ମୋ ଗୃହରେ ଯାଇ 

ହେବି ଜ୍ଞାତ ତହିଁ ଅନୁଭବେ ମୁହିଁ,

ଦୁଃଖ ହେତୁ ସୁଖ କି ମିଷ୍ଟ ଅଟଇ  ା ୪ ।

ମୁହିଁ ଏଥିପାଇଁ ପ୍ରବାସରେ ଥାଇ,

ଦୁଃଖରେ ଆନନ୍ଦ କରୁଥିବି ରହି

ନୁହେଁ ଦୂର ଅତିହେଲା ଆସି କତି,

ଗୃହର ଆଦର୍ଶ ଦୃଷ୍ଟି କି ଦିଶଇ   ା ୫ ।

 

ସୂଚୀମାଳାକୁ ଫେରନ୍ତୁ