ଗାଅ ସର୍ବେ ଅତି ମଧୁରେ,  ତ୍ରାତାଙ୍କ ନାମ ସୁସ୍ୱରେ,

ପରିତ୍ରାଣ ନେଇ ଆସିଛନ୍ତି ସେହିଯାଚୁଛନ୍ତି ନିଅ ସତ୍ୱରେ । ଘୋଷା ।

ପାପଭାରରେ ଯଦି ଭାରାକ୍ରାନ୍ତଯୀଶୁ ଡାକୁଛନ୍ତିଆସ ସମସ୍ତ,

ଭାର କାଢ଼ିନେବାଶାନ୍ତି-ଚିତ୍ତ ଦେବାସୁଖୀ ହେବ ତୁମ୍ଭେ ଅନ୍ତରେ । ୧ । 

 

କ୍ଷୁଧିତ ତୃଷିତ କି ପରିଶ୍ରାନ୍ତଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ,

ନୋହିଣ ନିରାଶ ଆସ ଯୀଶୁ ପାଶଡାକୁଛନ୍ତି ସେହି ପ୍ରେମରେ । ୨ । 

 

ଦେବା ପାଇଁ ସେହି ସୁସ୍ଥିର ଚିତ୍ତ ସ୍ୱର୍ଗପୁରୁଁ ହୋଇଛନ୍ତି ଆଗତ,

ପାପୀ ପ୍ରାୟଶ୍ଚିତ୍ତ ତାଙ୍କରେ ସାଧିତଆଉ କିପାଁ ଡର ମନରେ । ୩ । 

 

ଆସ ଶୀଘ୍ର ଯିବା ଯୀଶୁଙ୍କ ପାଶବେଗେ ହେବା ତାଙ୍କ ସଙ୍ଗେ ମିଳିତ,

ହେବା ଆନନ୍ଦିତଚିତ୍ତ ହେବ ତୃପ୍ତଗାଇବା ନାମ ପ୍ରଶଂସାରେ । ୪