ସ୍ୱର : ତୁଙ୍ଗ ଶିଖରୀ ଚୁଳକୁଞ୍ଜ କାନନ ମାଳ ) 

 

ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା,

ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ

କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା । 

 

ତେଜି ଉଠ ତରୁଣ ସୈନିକ ଦଳ

ଯାଚି ଘେନ ସେନାପତି ବାକ୍ୟ ବଳ

ଆଲୋକର ଶିଖା ଜାଳିଅନ୍ଧକାର ଦିଅ ଦଳି

ଯାଉ ଜଳି ଅଶରୀର ବାରୁଦ ଗୋଳା       । ୧ 

କେହି ଯେବେ ଏ ଅବଧି ରଣ ସଜ୍ଜା

ପିନ୍ଧି ନାହିଁ – ଏବେ ପିନ୍ଧି ଫିଙ୍ଗି ଲଜ୍ଜା

ନୁହେଁ ଖାଲି ସେ ଭୂଷଣରକ୍ଷା କବଚ ପୁଣ

ଉତ୍ତାଳ ଦରିଆରେ ଅଟଳ ଭେଳା           । ୨ ।

ଶୁଣୁ ତୁମ ଦୁର୍ଯ୍ୟଧ୍ୱନି ତୃପ୍ତ ଜନତା

ତୁଟିଯାଉ ମୃତ୍ୟୁଭୟ ଅଈରୀ ଚିନ୍ତା ମୃତ୍ୟୁଞ୍ଜୟୀ ସେନାପତି ସଦା ଆଗେ ଚାଲିଛନ୍ତି

ଅନୁସରି ଆଗ ବଢ଼ ନ କରି ହେଳା । ୩ ।

ସୂଚୀମାଳାକୁ ଫେରନ୍ତୁ