ଗାନ ଭଜନ କର ହେ ମାନବଗଣ ଯୀଶୁଙ୍କ ପ୍ରେମ ଗୁଣ ହେ । ଘୋଷା । 

 

ସେ ଯୀଶୁ ଦୟାବାନପ୍ରେମରେ ପରିପୂର୍ଣ୍ଣକ୍ଷମାଶୀଳ ସମ୍ପନ୍ନପତିତର ପାବନ,

ପାପୀ ପରିତ୍ରାଣ ସାଧିବା କାରଣ ପ୍ରେମେ ଆସି ହେଲେ ମଞ୍ଚେ ଅବତୀର୍ଣ୍ଣ,

ଦେବାକୁ ଜୀବନ ଭୋଗିଲେ ମରଣ,

ସତତ ସେ ପ୍ରେମ-ସୁଧା କର ପାନ । ୧ ।

ବୀଣା ବଂଶୀ ବେହେଲା ଭେରୀ ତୂରୀ ତବଲା

ତମ୍ବୁରା କରତାଳ ଝାଞ୍ଜ ଗିନି ମର୍ଦ୍ଦଳ

ଖଞ୍ଜଣୀ ମୃଦଙ୍ଗ ସିତାର ସାରଙ୍ଗ ନାନା ଯନ୍ତ୍ର ଧରି,

ସ୍ୱର ମେଳ କରି ବଜାଅ ତାନରେଗାଅ ଆନନ୍ଦରେ,

ଧ ନ୍ୟବାଦ କର ପ୍ରଭୁ ଯୀଶୁଙ୍କର । ୨ ।

ସୂଚୀମାଳାକୁ ଫେରନ୍ତୁ