ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ,

ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ;

ଯୀଶୁ ଜୟଯୀଶୁ ଜୟଯୀଶୁ ଜୟଯୀଶୁ ଜୟ । 

ବିମଳ ଶୋଣିତ            କରି ଦାନ ନାଥ ବଞ୍ଚାଇଛ ଏ ମାନବେ,

ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା ।

ସୁଖର ସଦନ ତ୍ୟଜିଲ ହେ ହେଳେ

ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ,

ଆସିଲ ମର୍ତ୍ତ୍ୟେ       ମର୍ତ୍ତ୍ୟ ଦେହ ଧରି

ଆହେ ଚିତ୍ତହାରୀ

ନୀରବେ ହେଲ ହେ ବଳି କ୍ରୁଶୋପରେ

ଆହେ ପାପ-ତାପ-ହାରୀ,

(ଆଜି) ଆନନ୍ଦେ ପୂରି,               ମନ ପ୍ରାଣ ଭରି,

ଗାଇବା ଜୟ ତୁମ୍ଭରି

ଗାଅ ଜୟଦେଶମୟଗାଅ ଜୟ ଭାରତମୟ । ୧ ।

ଏପରି ତ୍ରାତାଙ୍କୁ       କିପରି ତ୍ୟଜିଛସଂସାରେ କିପରି ଲିପ୍ତ ହୋଇଅଛ,

ପ୍ରେମ ବୀଣା ତାନେତ୍ରାଣ ଧନ ଦାନେ,

ଅଛନ୍ତି ହସ୍ତ ପ୍ରସାରି

ତ୍ରିଭୁବନ ମଧ୍ୟେ       କୁହ ଯୀଶୁ ବିନା

କିଏ ନିଜ ପ୍ରାଣ ଦେଇ

ଭବର କଳୁଷ         କରିଛ ବିନାଶ ଶାନ୍ତି-ସୁଧା ଢାଳିଦେଇ ?

ସେ ପାପ ମୋକ୍ଷଦ କର ଭାଇ ଲୟ । ୨ ।

ଏସନ ସୁନ୍ଦର ନିଷ୍ପାପ ଜୀବନ

ତୁମ ସେବା ଲାଗି କଲେ ବଳିଦାନ,

ନରମେଧ ଯଜ୍ଞ ସାଧିଲେ ହେ ଦେଖ

ଯୀଶୁ ପାପହାରୀ

କେହି ତ କୁହେନା,    ମୁଁ ପଥଜୀବନମୋହ ଦେଇ ଯିବ ପିତାଙ୍କ ସଦନ,

ମୋହର ନିକଟେ     ଆସିଲେ ବିଶ୍ୱାସେ

ପାପ ତାପ ଯିବ ଅପସରିସୁଦିନେ ବହନେ ଦିଅ ହେ ଆଶ୍ରୟ  । ୩