ତାଙ୍କ ବିଧୂ ସବୁ ହୃଦେ ଆଚରି
ଲକ୍ଷ୍ୟ ରଖି ପଦ ଚିହ୍ନ ଯିବି ମୁଁ ଅନୁସରି (ଘୋଷା)

ଏହି ଜଗତ ଦେବ ନାହିଁ ତ, ମନେ ସୁଖ ଶାନ୍ତି କିଛି ତ
ନାହିଁ ମୃତ୍ୟୁଝରା ଯୀଶୁ ପାଶେ ଭରା
ଅନନ୍ତ ଜୀବନର ଝରୀ… |୧|

ହୃଦ ବେଦନା ଚିନ୍ତା ଭାବନା ପ୍ରଲୋଭନ ପରୀକ୍ଷା ନାନା
ହୁଅଇ ପ୍ରବଳ ହେବି ମୁଁ ସବଳ
ପ୍ରିୟତମ ବୁକୁ ଆବରି… |୨|

କେଡ଼େ ଉତ୍ତମ ମୋ ପ୍ରିୟତମ
ଜାଣନ୍ତି ମୋ ସମସ୍ୟାମାନ
ମହତ ଆଶ୍ରୟ ନିକଟି ସହାୟ
ସଙ୍କଟେ ରଖିବେ ଆବରି… |୩|

ମହମବତୀ ଜଳେ ଯେମିତି
ଶେଷ ହେବାଯାଏ ଝଟତି
ମୋ ସାରା ଜୀବନ ଗୌରବ କାରଣ
ଜଳିଯିବି ନାମ ସୁମରି.. |୪|

ସୂଚୀମାଳାକୁ ଫେରନ୍ତୁ