ପାପୀ ବାହୁଡ଼ ବାହୁଡ଼ କୁପଥରୁ,

କିପାଁ ମରିବ ଫେର ହେ କୁକର୍ମରୁ । ଘୋଷା । 

 

ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ,

ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ,

ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ,

କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ,

ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ,

କିପାଁ ମରିବ ଫେର ପାପରୁ । ୧ । 

 

ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ,

ତୁମ୍ଭ ପାଇଁ ଦେଇଛନ୍ତି ନିଜ ଜୀବନ

ଭୋଗିଲେ ତୁମ୍ଭ ପାପସହିଲେ କି ସନ୍ତାପ !

ଢାଳିଲେ ସେ ରୁଧିର କରିବାକୁ ନିର୍ମଳ,

କରନ୍ତି ନିମନ୍ତ୍ରଣଆସ ପାପୀ ବହନ,

କିପାଁ ମରିବ ଫେର ପାପରୁ । ୨ । 

 

ଶୁଣ ପାପୀ ଧର୍ମାତ୍ମାଙ୍କ ବିନୟ ଡାକ,

ଆସ ଶାନ୍ତି ଦେବେ ସେହି ଘୁଞ୍ଚାଇ ଶୋକ,

କରନ୍ତି ନିମନ୍ତ୍ରଣ ଦେବାକୁ ନୂଆ ମନ,

ହେବ ପରିବର୍ତ୍ତିତ ତୁମ୍ଭ ପାଷାଣ-ଚିତ୍ତ,

ଶୁଣି ଏ ନିମନ୍ତ୍ରଣ ଆସ ଆସ ବହନ,

କିପାଁ ମରିବ ଫେର ପାପରୁ । ୩ । 

 

ଦେଖ ପାପୀଅଟଇ ଏବେ ଶୁଭ ଦିନ,

ହୋଇଛି ଉଦିତ ପରିତ୍ରାଣ-ଅରୁଣ,

ଥାଉଁ ଥାଉଁ ସୁକାଳ ଛାଡ଼ ଅଧର୍ମାଚାର,

ନ ରୁହ କାଲି ପାଇଁଏବେ ଆସ ପଳାଇ,

ଡାକେ ସୁସମାଚାରଶୁଣ ସେ ମିଷ୍ଟ ସ୍ୱର,

କିପାଁ ମରିବ ଫେର ପାପରୁ । ୪ ।

ସୂଚୀମାଳାକୁ ଫେରନ୍ତୁ