ପ୍ରଭୋ ବସିଛି ହେ ପଦ ତଳେ,
ତୁମ୍ଭ ବାଣୀ ମୁଁ ନଶୁଣି ଯିବି ନାହିଁ କାହିଁ ଭଲେ (ଘୋଷା)

ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,
ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ… |୧|

ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,
ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୂଳେ… |୨|

ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,
ବାନ୍ଧି ରଖି ଏ ହୃଦୟ ଚିର ପ୍ରେମ-ବାହୁ ବଳେ… |୩|

ସୁନ୍ଦର ମୁଖ ତୁମ୍ଭର ନିରେଖିବି ନିରନ୍ତର,
ଏ ଇଚ୍ଛା ସତତ ମୋର ନ ଛାଡ଼ିବି କାଳେ କାଳେ… |୪|

ସୂଚୀମାଳାକୁ ଫେରନ୍ତୁ