Friday, February 28, 2025

prati kanthu jharipadu ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତ


ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତ
ତୁମ ନାମେ ଶତଜାନୁ ହୁଏ ପୁଣି ନତ… (ଘୋଷା)

ରାଜାରାଜନ ତୁମେ ପତିତପାବନ
ଏ ଜଗତେ ପଥ ସତ୍ୟ ତୁମେ ହିଁ ଜୀବନ
ଦୟାର ସାଗର ତୁମେ ପ୍ରେମର ଆକର
କ୍ଷମାର ଆକର ତୁମେ କରୁଣା ନିର୍ଟିର
ଏକମାତ୍ର ଅତିପ୍ରିୟ ଈଶ୍ବର ସୁତ… |୧|

ମରଣ ବିଜୟୀ ଯୀଶୁ ସର୍ବ ଶକ୍ତିମାନ
ଅନୁଗ୍ରହେ ଦେଇଅଛି ମହା ପରିତ୍ରାଣ
ହେ ପ୍ରେମିକ ପ୍ରିୟତମ ଚିର ମହୀୟାନ
ଧନ୍ୟବାଦ ପ୍ରଶଂସାରେ ତୁମେ ହିଁ ଭାଜନ
ତ୍ରିଭୁବନ କର୍ତ୍ତା ତୁମେ, ଅନାଦି ଅନନ୍ତ… |୨|

ସୂଚୀମାଳାକୁ ଫେରନ୍ତୁ

Pilaankara bondhu jone ପିଲାଙ୍କର ବନ୍ଧୁ ଜଣେ


ପିଲାଙ୍କର ବନ୍ଧୁ ଜଣେ

ଅଛନ୍ତି ସ୍ୱର୍ଗରେବନ୍ଧୁ ତାଙ୍କ ସମାନ

ନାହିଁ ସଂସାରରେପ୍ରେମ ଥାଏ ତାଙ୍କର ସମାନ ରୂପରେ,

ନୁହଇ ତା ବିକାର

କୌଣସି କାଳରେ    । ୧ ।

ପିଲାଙ୍କ ପାଇଁ ବିଶ୍ରାମ

ଅଛି ସ୍ୱର୍ଗପୁରେ,

ଅତୁଲ୍ୟ ସେ ବିଶ୍ରାମ

ନାହିଁ ତା ପରିରେ;

ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ

ଥ ଏ ଯା ମନରେସେ ପିଲା ସେ ବିଶ୍ରାମ

ଭୋଗିବ ସ୍ୱର୍ଗରେ    । ୨ ।

ପିଲାଙ୍କର ପାଇଁ ଗୃହ

ଅଛି ସ୍ୱର୍ଗପୁରେକି ସୁରମ୍ୟ ସେ ଗୃହ !

କାହିଁ ତା ପରିରେ ?

ପିଲାମାନେ ସେଠାରେ

ଖ୍ରୀଷ୍ଟଙ୍କ ସଙ୍ଗରେରହିବେ ଏକତ୍ରରେ

ଅନନ୍ତ ସୁଖରେ       । ୩ ।

ସୂଚୀମାଳାକୁ ଫେରନ୍ତୁ


poritraano sombado ki ote mistho dhwoni ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି


ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି !

ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା । 

ଘୋର ଅନ୍ଧକାରେ ଯେ ନିବାସ କରେ,
କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ ।

ମରଣ ଛାୟାରେ ଯେ ନିବାସ କରେ,
କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ । 

ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ,
ହୁଏ ଅତି ହୃଷ୍ଟଚିତ୍ତ ମୁକ୍ତିକଥା ଶୁଣି । ୩ ।

ଯୀଶୁ ନାମେ ତ୍ରାଣ କରେ ପ୍ରଚାରଣ,
ହୁଏ ଅତି ହୃଷ୍ଟଚିତ୍ତ ଶୁଣି ତା ଅବନୀ । ୪ । 

ମୁଁ ପାପୀ ଅଧମ ପାଇ ପରିତ୍ରାଣ,

ହେଲି ଅତି ଆନନ୍ଦିତ ମନେ ତାହା ଗୁଣି । ୫ ।

potho dekhaao hai bhobo oronyo modhyore ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ


ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ ।

ଏ ଘୋର ବିପିନନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା ।

କେହି ନାହିଁ ଆଶାକରିଛି ଭରସା ପ୍ରଭୁ ହେ ତୁମରିଠାରେ,

ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ । 
 
କି ଅନ୍ଧ ତମସଲାଗେ ମହାତ୍ରାସବିଘ୍ନ ପଡ଼େ ବାରେ ବାରେ,
ମହାବଳୀ ପ୍ରଭୁଦୂର କର ସବୁସାହସ ଦିଅ ମନରେ । ୨ । 
 
ହସ୍ତ ଧରି ପ୍ରଭୁ ସୁପଥେ ଚଳାଅ ନିରୂପିତ ସୀମା ଯାଏ,

ପହଞ୍ଚି ସେଠାରେ ଅତି ଆନନ୍ଦରେ ପ୍ରଶଂସିବି ନିରନ୍ତରେ । ୩ ।

ସୂଚୀମାଳାକୁ ଫେରନ୍ତୁ


tume kahicha songe thibo niyoto ତୁମେ କହିଛ ସଙ୍ଗ ଥିବ ନିୟତ


(ପରା) ତୁମେ କହିଛ ସଙ୍ଗ ଥିବ ନିୟତ,

ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା ।

ଆସୁଅଛି ଦ୍ୟାବଳ ରଙ୍ଗେସଙ୍ଗେ ସେନାବଳରୋଧିବ ହୃଦୟ-ଗଡ଼,
ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ,
କାହିଁ ଯିବିକି ଲୁଚିବିକି ଯୁଝିବିଛଅରିପୁଏକାକୀ ମୁହିଁତ । ୧ 

ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନଶତ୍ରୁ ବା କରେ ହରଣ,
ହାଣେ ଅନଳ-ବାଣ ଆଣ୍ଟେ ଆକର୍ଷିଣ କରଗତ କରିବାକୁ ମନ,
କେହି ନାହିଁକେ ତାରିବକେ ପାରିବ କାତର ଜନକୁ କରି ମୁକତ । ୨ 

ଭୟ କମ୍ପିତ ପ୍ରାଣ ଦେଖି ଏ ପ୍ରଚଣ୍ଡ ରଣସରୁଚି ବିବେକ ପଣ,
କାହିଁ’ ଛ ଅରିନ୍ଦମଦମ ଏ ଶତ୍ରୁଗଣ ଶ୍ରୀମୁଖ ଶପଥ ସୁମରିଣ,
କହିଅଛନ ଛାଡ଼ିବିନ ଏଡ଼ିବିସାଥୀ ହେବି ଶେଷ ପରଯ୍ୟନ୍ତ । ୩ ।

probhu bosichi hai podo tole ପ୍ରଭୋ ବସିଛି ହେ ପଦ ତଳେ


ପ୍ରଭୋ ବସିଛି ହେ ପଦ ତଳେ,

ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।

ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,
ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।

ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,
ଚଳାଅ ଧରି ମୋ ହାତନ ଟଳିବି ଯେହ୍ନେ ଚୁଳେ । ୨ ।

ନାହିଁ ମୋର ଭକ୍ତି ଲୟହୃଦୟ ସଦା ଅଥୟ,
ବାନ୍ଧି ରଖ ଏ ହୃଦୟ ଚିର ପ୍ରେମ-ବାହୁବଳେ । ୩ 

ସୁନ୍ଦର ମୁଖ ତୁମ୍ଭର ନିରେଖିବି ନିରନ୍ତର,

ଏ ଇଚ୍ଛା ସତତ ମୋର ନ ଛାଡ଼ିବି କାଳେ କାଳେ । ୪ ।

pape bhara andha muje ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେ


ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେ
ପାପ ମୋର ଧୋଇଦିଅ ତୁମ କୁଶ ରକତେ (ଘୋଷା)

ପାପିନୀର ଅଶ୍ରଜଳେ ତୁମର
ଧୋଇଥିଲା ପବିତ୍ର ଶ୍ରୀପୟର
ଶାନ୍ତି ଦାନେ କଲ ତାଙ୍କୁ ଉଦ୍ଧାର
ଭାସୁଅଛି ଆତ୍ମା ମୋର ପାପ ସାଗର ସ୍ରୋତେ || ୧ ||

ଗଭୀର ସାଗର ଜଳେ ମଗନ…
ଯୁନସର ଅନୁତାପର କ୍ରନ୍ଦନ
କ୍ଷମା ଦେଇ ଉଦ୍ଧାରିଲ ଜୀବନ
ସେହି ମହାକରୁଣାରୁ କିଛି ଦିଅ ହେ ମୋତେ || ୨ ||

ଭାରାକ୍ରାନ୍ତ ପାପ ମୋର ଜୀବନ
କରିହେ ମୋତେ ପାପରୁ ମୋଚନ
ଶାନ୍ତି ଦାନେ ଦିଅ ନୂଆଁ ଜୀବନ
ଅରପିବି ଦେହ ଆତ୍ମା ରଖ ତୁମର ହାତେ ||୩||

ସୂଚୀମାଳାକୁ ଫେରନ୍ତୁ


prassanna bodone jishu mo thare ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର


ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର,

ତବ କୃପା-ପ୍ରିୟ ମନୁଁ ମୋତେ କେବେ ନ ପାସୋର । ଘୋଷା ।

ଆହେ ଯୀଶୁ ଦୟାବାନ           ସର୍ବଗୁଣେ ବିଭୂଷଣ,

ତବ କୃପା ଚିରସ୍ଥାୟୀ ତବାନୁଗ୍ରହ ଅପାର   ା ୧ ।

ତୁମ୍ଭେ ହେ କରୁଣା ସିନ୍ଧୁ          ଦାନ କର କୃପାବିନ୍ଦୁ,

ତୁମ୍ଭ ବିନା ଅନ୍ୟ ବନ୍ଧୁ ଯୀଶୁ କେ ଅଛି ପାପୀର         ା ୨ ।

ଯୀଶୁ-କୃପା-ବୃକ୍ଷ ମୂଳେ          ବସିଛି ଆପଦ ଡରେ,

ତବ କୃପା ମୋର ପାଇଁ          ହୋଇବ ଅତି ପ୍ରଚୁର ା ୩ ।

ଆହେ ଯୀଶୁ ପ୍ରେମ ସିନ୍ଧୁ,          ହୁଅ ତୁମେ ମୋର ବନ୍ଧୁ,

ଉପକାରୀ ଦୁର୍ଗ ହୁଅ ବିପଦ ସମୟେ ମୋର          ା ୪ ।

କହେ ଦୀନହୀନ ନର,               ଯୀଶୁ ଦୟାର ସାଗର,

ନ କରିବେ ମୋତେ ଦୂର ହେଲେ ବିପଦ ବିସ୍ତର । ୫ ।

probhu no tejo hai mote duroku ପ୍ରଭୁ, ନ ତେଜ ହେ ମୋତେ ଦୂରକୁ


ପ୍ରଭୁନ ତେଜ ହେ ମୋତେ ଦୂରକୁ,

ଆସିଛି ତୁମ୍ଭ ଛାମୁକୁ ଶରଣ ନେବାକୁ । ଘୋଷା । 

 

ମୁଁ ଅତି ଅଭାଗା ଜନପାପଭାରେ ଅବସନ୍ନ,

ଆସିଛି ମୁକ୍ତି ନିମିତ୍ତ କୃପା ପାଇବାକୁ । ୧ । 

 

ସିନ୍ଦୁର ସମ ଦୁରିତ ଅଛି ମୋ ହୃଦେ ପୂରିତ,

ଦେଇ ରକ୍ତ କର ଧୌତ ଶୁକ୍ଳ ହୋଇବାକୁ । ୨ ।

ପାପିନୀ ଲୋତକ ଦେଇ ଯେଉଁ ପାଦ ଦେଲା ଧୋଇ,

ଧରୁଛି ଖେଦିତ ହୋଇ ସେହି ଚରଣକୁ । ୩ । 

 

ଯେ ବଚନେ ତାର ପ୍ରତି କଲ ତାର ଚିତ୍ତ ତୃପ୍ତି,

କରଇ ମୁହିଁ ମିନତି ତାହା ଶୁଣିବାକୁ । ୪ ।

କର ମୋ ପାପ ମୋଚନ ଶୁଣାଅ କ୍ଷମା ବଚନ,

ଶେଷେ ତବ ରାଜ୍ୟେ ସ୍ଥାନ ଦିଅ ଆଶ୍ରିତକୁ । ୫ ।

ଆହେ ଯୀଶୁ ଦୟାମୟତୁମ୍ଭେ ମୋର ତ୍ରାଣୋପାୟ,

ନ ପାଇ ଅନ୍ୟେ ଆଶ୍ରୟ ଧରିଛି ତୁମ୍ଭକୁ । ୬ ।


probhu jishu poraye kehi ପ୍ରଭୁ ଯୀଶୁ ପରାଏ କେହି,


ପ୍ରଭୁ ଯୀଶୁ ପରାଏ କେହି,

ତାଙ୍କ ସମାନ କେ ଅଟଇ । ଘୋଷା ।

ଯା’ ରେ ଅଛି ଦୟା ପୂରି ସମୁଦ୍ର ପରି,

କି ଦେବି ତା’ର ଉପମା ଯା’ର ଅଶେଷ ମହିମା,

ଦୟା ପ୍ରକାଶି ବୁଲିଲେ ନଗର ସାହି । ୧ ।

କଲେ ନାନାବିଧ ଅତି ଆଶ୍ଚର୍ଯ୍ୟ କର୍ମ,

କୁଷ୍ଠୀ ବଧିରାଦି ଯେତେ ସୁସ୍ଥ କରିଲେ ସେ କେତେ,

ଆଜ୍ଞାମାତ୍ରକେ ମଲା ଯେ କଥା କହଇ । ୨ । 

 

କେ ଦେବ ନିଜ ଜୀବନ ଶତ୍ରୁ କାରଣ

ଏମନ୍ତ ଅଟେ କି କେହୁ ଯୀଶୁ ଖ୍ରୀଷ୍ଟ ବିନା ଆଉ,

ଏତେ ବିଚିତ୍ର ପ୍ରେମ ଖୋଜିଲେ ନ ପାଇ । ୩ । 

 

ତେଜିଲେ ନିଜ ଜୀବନ ଶତ୍ରୁ କାରଣ,

ସେ କ୍ରୁଶେ ହତ ହୋଇଲେସନ୍ତାପ କଷ୍ଟ ସହିଲେ,

ଦୟା ଆବର ରୁଧିର ଢାଳିଲେ ସେହି । ୪ ।

ପୁଣି ମୃତ୍ୟୁ ଜୟକରି ସ୍ୱଦେହ ଧରି 

ଶିଷ୍ୟଙ୍କୁ ଦେଇ ଦର୍ଶନ ସେ କଲେ ସ୍ୱର୍ଗେ ଗମନ,

ଦ୍ୱିତୀୟ ଥର ଆସିବେ ସେ ରାଜା ହୋଇ । ୫ ।

ସୂଚୀମାଳାକୁ ଫେରନ୍ତୁ


probhu jishu somaano tribhubone otte ki ପ୍ରଭୁ ଯୀଶୁ ସମାନ ତ୍ରିଭୁବନେ ଅଟେ କି

 

ପ୍ରଭୁ ଯୀଶୁ ସମାନ ତ୍ରିଭୁବନେ ଅଟେ କି ?

କେବା ତାହାଙ୍କର ସଙ୍ଗେ ହେବ ସରିକି ?

ଉପମାରହିତ ଅନାଦି ଅନନ୍ତ,

ଉପାମା ଦେଇ କେ ବର୍ଣ୍ଣିପାରେ କି । ଘୋଷା । 

 

ସେ ମହାମହିମା-ସାଗର ମହାପରାକ୍ରମୀ ଅମର

ଈଶ୍ୱର କୁମର

ଧରି କଳେବର ହେଲେ ଅବତାର,

ଦୟାରେ ଅଇଲେ ମର୍ତ୍ତ୍ୟପୁରୀକି ।ା 

 

ତାଙ୍କ କର୍ମ ଆଶ୍ଚର୍ଯ୍ୟ ଅତି,

ସମୁଦ୍ରରେ ସେ କଲେ ଗତି,

ଅନ୍ଧେ ଦେଲେ ଦୃଷ୍ଟି

ଆଜ୍ଞା ମାତ୍ର ଦେଇ ମୃତକୁ ଜୀଆଇ 

ସୁସ୍ଥ କଲେ ନାନାବିଧ ରୋଗୀକି 

ଆପେ ହୋଇ କ୍ଷତବିକ୍ଷତ  

କଲେ ନିଜ ରୁଧିରପାତ,

କ୍ରୁଶେ ହେଲେ ହତ,

ପାଇ କେତେ ନିନ୍ଦା କଲେ ପାପୀ ସେବା,

ପ୍ରାଣ ସମର୍ପିଲେ ଶତ୍ରୁ ପାଇଁକି ।ା

ପ୍ରକାଶିଲେ ସୁସମାଚାର 

ଯହିଁ ପାପର ପ୍ରତିକାର

ଅନନ୍ତ ମଙ୍ଗଳ,

କରି ମୃତ୍ୟୁଜୟ କଲେ ପାପକ୍ଷୟ,

ବିଜେ କଲେ ନିଜ ସ୍ୱର୍ଗପୁରୀକି ।ା

ସୂଚୀମାଳାକୁ ଫେରନ୍ତୁ

prabhu jishu naamo horshe kara gaano ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ


ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ,

ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ । ଘୋଷା ।

ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ,

ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ । ୧ । 

 

ସେହି ସିନା ଜଗତର ପତିତପାବନ,

ଜଗଜ୍ୟୋତିଃ ଦୀନବନ୍ଧୁ କୃପାରେ ମହାନ । ୨ । 

 

ପ୍ରେମମୟ ସ୍ୱୟମ୍ଭୁ ସେ ଯୀଶୁ ସନାତନ,

ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ । ୩ । 

 

କି କୋମଳ କି ମଧୁର ତାଙ୍କର ବଚନ !

ନିରାଶ ପାପୀକୁ ଲାଗେ ଅମୃତ ସମାନ । ୪ । 

 

କେଡ଼େ ପବିତ୍ର ନିର୍ମଳ ତାଙ୍କ ଆଚରଣ !

କି ଐଶ୍ୱର୍ଯ୍ୟ ତେଜଶକ୍ତି କଲେ ପ୍ରକାଶନ । ୫ । 

 

ବୋଲ ଧନ୍ୟଧନ୍ୟଧନ୍ୟସେ ଯୀଶୁଙ୍କ ନାମ,

ଧ ର୍ମଧର୍ମଧର୍ମ ବୋଲି କର ସମ୍ବୋଧନ । ୬ ।

 

ସୂଚୀମାଳାକୁ ଫେରନ୍ତୁ

purno sosi udde hoiacha jishu mozze aasi ପୂର୍ଣ୍ଣ ଶଶୀ, ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ


ପୂର୍ଣ୍ଣ ଶଶୀ,

ଉଦେ ହୋଇଅଛ ଯୀଶୁ ମଞ୍ଚେ ଆସି ହେ । ଘୋଷା । 

 

ନିଷ୍କଳଙ୍କ ବ୍ରହ୍ମମହୀପରେ ବିରାଜିଛ ମହା ତେଜସ୍କରେ,

ନିତ୍ୟ ନବତନ ସର୍ବଦା ସମାନହ୍ରାସ ନୁହଁ ସଦା ଅବିନାଶୀ ହେ  ା ୧ ।

ପାପାନ୍ଧାର ଯହୁଁ ଜଗତରେଘୋଟିଲା ସକଳ ହୃଦୟରେ,

ଯୀଶୁ ଦୀନନାଥଦେଖାଇଲେ ପଥ ନିଜେ ଆସି ଦୟା ସୁପ୍ରକାଶି ହେ । ୨ । 

 

ଏ କିରଣେ ଚାଲେ ଯେଉଁ ଜନପ୍ରବେଶ କରେ ଅମର ସ୍ଥାନ,

ଅନନ୍ତ ଦିବସ ଦୁଃଖ ନାହିଁ ଲେଶ ଭୁଞ୍ଜେ ମହାସୁଖ ଦିବାନିଶି ହେ ା ୩ । 

 

କହେ ଦୀନହୀନ ମୂଢ଼ ନରଆରତ ଧ୍ୱନି ଶୁଣ ହେ ମୋର,

ମୁହିଁ ଗତିହୀନକରୁଛି ଜଣାଣମନୁ ମୋର ନାଶ କାଳନିଶି ହେ   ା ୪ ।

ସୂଚୀମାଳାକୁ ଫେରନ୍ତୁ


prabhu jishu daya sagara ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି


ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାର
ଦୟା ଡ଼େଣା ମେଲି ଅଇଲେ ସେ ଉଡ଼ି
ତ୍ୟାଗ କରି ନିଜ ଅମର ପୁର … (ଘୋଷା)

ଦୟା ଦଣ୍ଡ ହସ୍ତେ ଧରିଣ
ବୁଲିଲେ ସେ ନଗର ଗ୍ରାମ
ଦୁର୍ବଳ ପତିତ ରୋଗ୍ରସ୍ତ ପ୍ରତି
ନ କଲେ ନିରୁଦ୍ଧ ଦୟା ନିଝର … |୧ |

ବାଟେ ଘାଟେ ଯେତେ ମିଳିଲେ
ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ
ଅନ୍ଧ, ଛୋଟା, ଘୁଙ୍ଗା, ପକ୍ଷାଘାତି, କୁଷ୍ଠୀ,
ଭୁତଗ୍ରସ୍ତ ନାନା ରୋଗୀ ବଧୂର … |୨|

ଯେତେ ଅଇଲେ ତାଙ୍କ ପାଶେ
ସୁସ୍ଥ ହୋଇଲେ ଅନାୟାସେ
କୌଣସି ପୀଡ଼ିତ ହୋଇ ତୁଚ୍ଛାକୃତ
ନଗଲା ପୀଡ଼ାରେ ହୋଇ କାତର … |୩|

ଛୋଟା ନା, ବଧୂର ଶୁଣେ,
ଅନ୍ଧ ତାଙ୍କୁ ଦେଖେ ନୟନେ
ଘୁଙ୍ଗା ବୋଲେ ବାଣୀ କରି ଜୟଧ୍ବନି
କୁଷ୍ଠି ହୋଇଲେ ନିର୍ମଳ ଶରୀର … |୪|
|
ପରିତୃପ୍ତ ହେଲେ ଯୁଦିତ
ମୃତ ହେଲେ ପୁନରଜୀବିତ
ପ୍ରଚଣ୍ଡ ତରଙ୍ଗ ଗଭୀର ସାଗର
ତାଙ୍କ ଆଜ୍ଞାମାତ୍ରେ ହୋଇଲା ସ୍ଥିର .. |୫|

ଆହେ ଯୀଶୁ ଦୟାସାଗର,
ରୋଗେ ପୂର୍ଣ୍ଣ ସର୍ବାଙ୍ଗ ମୋର
ସ୍ପର୍ଶ କର ମୋତେ ଦେଇନିଜ ହସ୍ତ
ମୋର ସର୍ବ ରୋଗ ହୋଇବ ଦୂର … |୬|

ସୂଚୀମାଳାକୁ ଫେରନ୍ତୁ

paapinko nimonte probhu swargo tejino ପାପୀଙ୍କ ନିମନ୍ତେ ପ୍ରଭୁ ସ୍ୱର୍ଗ ତେଜିଣ


ପାପୀଙ୍କ ନିମନ୍ତେ ପ୍ରଭୁ ସ୍ୱର୍ଗ ତେଜିଣ 

ମହୀମଣ୍ଡଳେ ଲଭିଲେ ଦୁଃଖ କଷଣ । ଘୋଷା । 

 

ସ୍ୱର୍ଗ ସୁଖ ତ୍ୟାଗ କରି ନର ରୂପ ଦେହ ଧରି 

ପ୍ରଭୁ ରାଜନ ଜଗଜ୍ଜନ ପାଇଁ ଆସି ମର୍ତ୍ତ୍ୟ ଭୁବନ । ୧ ।

ଅବନୀରେ ହୋଇ ଜନ୍ମ ପ୍ରକାଶିଲେ ନିଜ ଧର୍ମ ଦୟା କରିଣ

ଅନ୍ଧକୁ ନୟନ ଦାନମୃତକୁ ପ୍ରାଣ           । ୨ 

ଅବଶେଷେ କ୍ରୁଶୋପରେ ଦୁଇ ଚୋରଙ୍କ ସଙ୍ଗରେ ଖ୍ରୀଷ୍ଟ ରତନ

ଯିହୁଦୀ ଲୋକଙ୍କ ହସ୍ତେ ତେଜି ଜୀବନ      । ୩ ।

ଆହା କି ଆଶ୍ଚର୍ଯ୍ୟ ପ୍ରେମ ! ଶତ୍ରୁ ଲାଗି ଦେଲେ ପ୍ରାଣ ସେ ଦୟାବାନ

କି କହିବି ତାଙ୍କ ଦୁଃଖ ଅତି ଦାରୁଣ ତାଙ୍କର 

ମରଣ କାଳେ ଚନ୍ଦ୍ର ସୂର୍ଯ୍ୟ ସାକ୍ଷ୍ୟ ଦେଲେ ଭୂକମ୍ପମାନ । ୪ ।

ମନ୍ଦିର ବିଚ୍ଛେଦ ବସ୍ତ୍ର ଚିରେ ବହନ ପାପୀ ପ୍ରତି ଦୟା ବହି 

ନାନାମତ ଦୁଃଖ ସହି ଭୋଗି ମରଣ    । ୫ ।

ତିନିଦିନେ କବରରୁ ଉଠିଲେ ପୁଣ ଉତ୍ଥିତ ହୋଇ

 ଗଗନେ ଦେଖାଦେଇ ଶିଷ୍ୟଗଣେ ସେ କୃପାବାନ           । ୬ ।

ମେଘାରୂଢ଼େ ସ୍ୱର୍ଗପୁରେ କଲେ ଗମନ      । ୭ ।

ସୂଚୀମାଳାକୁ ଫେରନ୍ତୁ

probhu jishu ki dukho sahilo he doshi nohi ପ୍ରଭୁ ଯୀଶୁ, କି ଦୁଃଖ ସହିଲ ହେ ଦୋଷୀ ନୋହି


ପ୍ରଭୁ ଯୀଶୁକି ଦୁଃଖ ସହିଲ ହେ ଦୋଷୀ ନୋହି ଦୋଷୀ ପକ୍ଷେ ! 

ସାହା ହୋଇ ଆହା କେହି ନ ବୋଇଲେ,

ଏଡ଼ିକି ଦାରୁଣ ଲୋକେ । ଘୋଷା ।

ଏ ମହୀ ଉପରେ’ଛନ୍ତି ଯେତେ ନରେ ତୁମ୍ଭ ପରି ନାହିଁ ଦୁଃଖୀ ହେ,

ରାଜପୁତ୍ର ହୋଇ ଦାସରୂପୀ ହେଲ ଆଦର ମାନ ଉପେକ୍ଷୀ     । ୧ ।

ମାରିୟା ଜନନୀ ଥିଲା ପୂର୍ବେ ଜାଣି ଶୂଳେ ବିନ୍ଧାଯିବ ପ୍ରାଣ ମୋ,

ତାଙ୍କୁ ଏହି ବାଣୀ ଫଳିଲା ତତ୍‌କ୍ଷଣି ଦେଖି ପୁତ୍ରର କଷଣ         । ୨ । 

 

କ୍ରୁଶର ବେଦନା କି ଦେବି ଉପମାନୟନେ ନ ରହେ ବାରି ହେ;

ସେ ଯେଉଁ ଶୋଣିତ ବର୍ଚ୍ଛାର ଆଘାତ ଧୈର୍ଯ୍ୟ କେ ପାରଇ ଧରି । ୩ । 

 

ନିର୍ଦ୍ଦୋଷ-ମରଣ ଦେଖି ଗିରିଗଣ ବିଦୀର୍ଣ୍ଣ ହେଲେ ସତ୍ୱରେ ହେ,

ଏ ମହା ମେଦିନୀ କମ୍ପେ ଭୟେ ପୁଣିକି ଘଟିଲା ଏତେ କାଳେ । ୪ । 

 

ସେ ଯେଉଁ ଆନନ ନାହିଁ କାହିଁ ଆନଗଗନେ ଯେସନେ ଭାନୁ ହେ,

ସେ ପୁଣି ଏମନ୍ତ ହେଲା ବିପରୀତଛାଡ଼ି କି ତା ଯିବ ମନୁଁ        । ୫ ।

ସୂଚୀମାଳାକୁ ଫେରନ୍ତୁ

probhunkara sesho bachana ପ୍ରଭୁଙ୍କର ଶେଷ ବଚନ


ପ୍ରଭୁଙ୍କର ଶେଷ ବଚନ

ପାଳ ହେ ଘୋଷଣାକାରୀହୋଇଣ ବିଶ୍ୱସ୍ତ ଜନ । ଘୋଷା । 

 

କରିଣ ସୁସମାଚାର ଜଗତେ କର ଘୋଷଣ,

ଯେ କରେ ତହିଁ ବିଶ୍ୱାସ ତାର ତ୍ରାଣ ସ୍ୱର୍ଗବାସ

ଯେ ବା ନ କରେ ବିଶ୍ୱାସ ନରକେ ତାର ପତନ । ୧ ।

 

 ସର୍ବଦେଶୀ ପ୍ରତି ସୁଶିକ୍ଷା ଦିଅ ହେ ଆମ୍ଭର ଶିକ୍ଷା ମତି,

ପିତାପୁତ୍ର ଧର୍ମ ଆତ୍ମା ତ୍ରାଣକର୍ତ୍ତା ଜ୍ଞାନଦାତା,

ତ୍ରିବିଧ ଈଶ୍ୱର ନାମେ ଦିଅ ଜଳରେ ଡୁବନ । ୨ ।

ନ ହୁଅ ହେ ଭୀତଆମ୍ଭେ ତୁମ୍ଭ ସଙ୍ଗେ ଅଛୁ ଶେଷ ପର୍ଯ୍ୟନ୍ତ,

ସ୍ୱର୍ଗପୃଥ୍ୱୀକର୍ତ୍ତାପଣ ଆମ୍ଭଠାରେ ସମର୍ପଣ,

ଆମ୍ଭେ କରିପାରୁ ନାଶଆମେ କରିପାରୁ ତ୍ରାଣ । ୩ । 

 

ଲଜ୍ଜିତ ନ ହୁଅକ୍ରୁଶେ ହତ ଖ୍ରୀଷ୍ଟ କଥା ଉଚ୍ଚେ ଜଣାଅ,

ଯେଉଁଠାରେ ଖ୍ରୀଷ୍ଟ ନାମ କେବେ ନୋହିଲା ଘୋଷଣ,

ସେଠାରେ ପ୍ରକାଶ କର ପାପୀ କର୍ଣ୍ଣେ ଖ୍ରୀଷ୍ଟ ନାମ । ୪ ।

ଯଦି ଶୟତାନ କରଇ କ୍ରୁଶର ବାଧା କରି ଗର୍ଜ୍ଜନତଥାପି ନ ଡର ଭାଇ,

ଉଚ୍ଚ ସ୍ୱରେ ତୂରୀ ନେଇଜଣାଅ ଯାଇ ଜଗତେ ଖ୍ରୀଷ୍ଟନାମେ ପରିତ୍ରାଣ । ୫ ।

paapi baahudo baahudo ku pothoru ପାପୀ ବାହୁଡ଼ ବାହୁଡ଼ କୁପଥରୁ

ପାପୀ ବାହୁଡ଼ ବାହୁଡ଼ କୁପଥରୁ,

କିପାଁ ମରିବ ଫେର ହେ କୁକର୍ମରୁ । ଘୋଷା । 

 

ଶୁଣ ପାପୀ ପ୍ରଭୁଙ୍କ ବିନୟ ବଚନ,

ତୁମ୍ଭ ମରଣେ ତୁଷ୍ଟି ନାହିଁ କଦାଚନ,

ପାପୀ ଜୀବନେ ତାଙ୍କ ବହୁ ସନ୍ତୋଷ ଦେଖ,

କେଡ଼େ ପ୍ରେମ ବଚନେ ଡାକନ୍ତି ପାପୀଗଣ,

ଘେନ ହେ ପାପୀଗଣ ତାଙ୍କ ପ୍ରେମ ବଚନ,

କିପାଁ ମରିବ ଫେର ପାପରୁ । ୧ । 

 

ଦେଖ ହେ ତ୍ରାଣକର୍ତ୍ତାଙ୍କ ଅପୂର୍ବ ପ୍ରେମ,

ତୁମ୍ଭ ପାଇଁ ଦେଇଛନ୍ତି ନିଜ ଜୀବନ

ଭୋଗିଲେ ତୁମ୍ଭ ପାପସହିଲେ କି ସନ୍ତାପ !

ଢାଳିଲେ ସେ ରୁଧିର କରିବାକୁ ନିର୍ମଳ,

କରନ୍ତି ନିମନ୍ତ୍ରଣଆସ ପାପୀ ବହନ,

କିପାଁ ମରିବ ଫେର ପାପରୁ । ୨ । 

 

ଶୁଣ ପାପୀ ଧର୍ମାତ୍ମାଙ୍କ ବିନୟ ଡାକ,

ଆସ ଶାନ୍ତି ଦେବେ ସେହି ଘୁଞ୍ଚାଇ ଶୋକ,

କରନ୍ତି ନିମନ୍ତ୍ରଣ ଦେବାକୁ ନୂଆ ମନ,

ହେବ ପରିବର୍ତ୍ତିତ ତୁମ୍ଭ ପାଷାଣ-ଚିତ୍ତ,

ଶୁଣି ଏ ନିମନ୍ତ୍ରଣ ଆସ ଆସ ବହନ,

କିପାଁ ମରିବ ଫେର ପାପରୁ । ୩ । 

 

ଦେଖ ପାପୀଅଟଇ ଏବେ ଶୁଭ ଦିନ,

ହୋଇଛି ଉଦିତ ପରିତ୍ରାଣ-ଅରୁଣ,

ଥାଉଁ ଥାଉଁ ସୁକାଳ ଛାଡ଼ ଅଧର୍ମାଚାର,

ନ ରୁହ କାଲି ପାଇଁଏବେ ଆସ ପଳାଇ,

ଡାକେ ସୁସମାଚାରଶୁଣ ସେ ମିଷ୍ଟ ସ୍ୱର,

କିପାଁ ମରିବ ଫେର ପାପରୁ । ୪ ।

ସୂଚୀମାଳାକୁ ଫେରନ୍ତୁ