ସୁନ୍ଦର ମଧୁର ନାମଟି ତାଙ୍କର

ନ ପାରେ ମୁରୁଛି କ୍ଷଣେ ମାତର ଯେଣେ ଗଲେ ତେଣେ ନାଚେ ହୃଦ ମୋର

କି ଜାଣି କାହିଁକିନୁହଇ ପାସୋର । ଘୋଷା ।

ଦୁଇ ଦୁଇ କରି ଚାରୋଟି ଅକ୍ଷର ବାନ୍ଧି ରଖିଅଛି ସରଗ ସମ୍ଭାର

ଆଡ଼ କାଠେ ଛନ୍ଦା ସେହି ନାମ ଚିର ହେଜୁ ନ ହେଜୁଣୁ ପୁଲକେ ଶରୀର । ୧ ।

ନୀତି ଚମତ୍କାର ପ୍ରୀତି ରତ୍ନାକର ପାପୁଁ ତରିବାରେ 

ଅମୋହ ମନ୍ତର ନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତର

ନାମ ଭଜନରେ ଯାଉ ଦିନ ମୋର । ୨ ।