(ସ୍ୱର : ମୋର ଅଟେ ବିହିତ)

ସ୍ୱର୍ଗ କି ଦିବ୍ୟସ୍ଥାନ ! କି ମନୋରଞ୍ଜନ ସୁଖମୟ ଭୁବନ ! । ଘୋଷା । 

 

ଯେଉଁଠାରେ ନାହିଁ ଦୁଃଖ ଶୋକ କ୍ରନ୍ଦନ,

ପୂର୍ଣ୍ଣାନନ୍ଦ ସଦା ଶାନ୍ତି ସୁଖ ବିଶ୍ରାମ । ୧ । 

 

ଯେଉଁଠାରେ ଆଉ ଶୁଣା ନୁହେଁ ମରଣ,

ସଦା ଅମର ସେ ପୁର ନିବାସୀଗଣ । ୨ । 

 

ଯେଉଁଠାରେ ନାହିଁ ପାପ ତାପ ସନ୍ତାପ,

ହୁଅଇ କି ଜୀବନ-ମୁକୁଟ ପ୍ରାପଣ । ୩ । 

 

ଯେଉଁଠାରେ ନାହିଁ ରାତ୍ରିସଦା ଦିବସ,

ଈଶ୍ୱରଙ୍କ ମହାତେଜେ ସୁତେଜୋବାନ । ୪ ।

ଯେଉଁଠାରେ ନାହିଁ ଯୁଦ୍ଧସଦା ବିଶ୍ରାମ,

ନୁହଇ ନୟନୁ ଆଉ ଅଶ୍ରୁ ପତନ । ୫ ।

ସୂଚୀମାଳାକୁ ଫେରନ୍ତୁ