ରଙ୍ଗେ ଉଠିଲେଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ ।

ପ୍ରତିଜ୍ଞାତ ମଶୀହଈଶ ମନୁଷ୍ୟ ସେ ଯେ,

ଯୀଶୁ ନାମ ନେଲେମର୍ତ୍ତ୍ୟେ ଅବତରିଲେ,

କ୍ରୁଶେ ପ୍ରାଣ ସେ ଦେଲେମୃତ୍ୟୁ ବଳ ଭାଙ୍ଗିଲେ,

ଶୟତାନ ବଳ ଗର୍ବ ଖର୍ବ କରିଲେ,

ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ ।

ଦମ୍ଭେ ଉଠିଲେମାୟା ବିଜୟୀ ବୀର

ପୁନରୁତ୍ଥିତ ହୋଇଲେ … ଉଠିଲେ ସରଗ ସିଂହାସନପିତା ଦିବ୍ୟ ସଙ୍ଗମ,

ତ୍ୟଜିଲେ ମର୍ତ୍ତ୍ୟେ ପୁଣମାତା ଭାତୃଗହଣସେ ଦୀନହୀନ ବେଶେ ସେ,

ଗ୍ରାମଦାଣ୍ଡେ ବୁଲିଲେଦୁଃଖୀ-ରଙ୍କି ମେଳେ,

ମହାଯୋଗୀ ବେଶେ ସେ ମୃତ୍ୟୁ ପରେ ଜୀବନ ମର୍ତ୍ତ୍ୟେ ଆଣିଲେ ସେ   । ୨ ।

ପ୍ରେମେ ଉଠିଲେପ୍ରେମେ ସୁଷମା କାନ୍ତି ସରଗ ମର୍ତ୍ତ୍ୟେ ଲୋଟିଲେ… ଲୋଟିଲେ

ସେ ପ୍ରେମ ରାଜନପ୍ରେମର ଗଣ୍ଠିଧନ ପ୍ରେମେ ନିଜେ ଭୋଗିଲେପାପୀ ପାପ-କଷଣ

ପ୍ରେମେ ସେ ବିହରିଲେପ୍ରେମ ବାଣୀ ଭାଷିଲେ,

ପ୍ରେମେ କ୍ରୋଧାନଳ ଅଙ୍ଗେ ସେ ନିଭାଇଲେ ପ୍ରେମେ ମୃତ୍ୟୁ ଦଳି ପ୍ରେମିକ ବନ୍ଧୁ ହେଲେ ସେ । ୩ ।

ସୂଚୀମାଳାକୁ ଫେରନ୍ତୁ