ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ 

ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା ।

 

ହଁମିଳିବା ସର୍ବ ଶେଷେ

ଯୁବାମେଷ ସିଂହାସନ ପାଶେସାଧୁମାନଙ୍କର ସହବାସେ,

ସେ ରମ୍ୟ ନଦୀ ପାଶେ । ୧ । 

 

ତେଜସ୍ୱୀ ଦୂତ ସେଠାରେ ପାଦ ଅର୍ପଣ କରେ,

ଜଳ ତାର ସୁନିର୍ମଳ ବହଇ ନିରନ୍ତର । ୨ ।

 

 ରୌପ୍ୟମୟ ଫେନପୁଞ୍ଜ ଏଡ଼ାଇ ନଦୀ ତୀରେ,

ବୁଲିବା ଭଜିବା ଯାଇ ସିଂହାସନ କତିରେ । ୩ ।

ତ୍ରାଣକର୍ତ୍ତାଙ୍କର ମୁଖ ନିତ୍ୟ ଅବଲୋକନେ,

ଗାଇବେ ଅନନ୍ତ କାଳ ଆନନ୍ଦେ ସାଧୁମାନେ । ୪ । 

 

ନୋହିବା ଯାଏ ପ୍ରବେଶ ସେ ନଦୀ ନିକଟରେ

ହୋଇବା ସୁସ୍ଥିର ଚିତ୍ତ ଅଟଳ ଭରସାରେ । ୫ ।