ସଦାପ୍ରଭୁ ମଙ୍ଗଳମୟ, ଆସ କରି ଦେଖ ଆସ୍ବାଦନ
କ୍ରୋଧେ ଧୀର, କୃପାମୟ ଅଟନ୍ତି ପ୍ରେମରେ ମହାନ୍… (ଘୋଷା)

ଅଧର୍ମ ସକଳ ସେ ଯେ କ୍ଷମାକାରୀ
ଆବର ସମସ୍ତ ରୋଗ ସୁସ୍ଥକାରୀ
ବିନାଶରୁ ମୁକ୍ତକାରୀ
ନିଅ ତାଙ୍କ ଶରଣ (୨ ଥର)… |୧|

କରୁଣା ଦୟାରେ କରନ୍ତି ସେ ଭୂଷିତ
ଉତ୍ତମ ଦ୍ରବ୍ୟରେ କରନ୍ତି ମୁଖ ତୃପ୍ତ
ଉକ୍ରୋଶର ସମ ହୁଏ
ନୂତନ ଯଉବନ ( ୨ ଥର)… |୨|

ଭଗ୍ନମନାର ସେ ଅତି ନିକଟବର୍ତ୍ତୀ
ଚୂମନାଙ୍କୁ ସେ ପ୍ରେମରେ ଉଦ୍ଧାରନ୍ତି
ତାଙ୍କ ପ୍ରତି ଚାହିଁ କେହି
ନୋହିଛି ବିବର୍ଷ (୨ ଥର)… |୩|

ପ୍ରଭୁ ଭୟକାରୀ କର ସର୍ବେ ଭଜନା
ଯୀଶୁ ନାମେ ଗାଇ, ହାଲେଲୁୟା ହୋଶାନ୍ତା
ତାଙ୍କ ବିନା ନାହିଁ କାହିଁ ଅନନ୍ତ ଜୀବନ ( ୨ ଥର)… |୪|

ସୂଚୀମାଳାକୁ ଫେରନ୍ତୁ