ଆହେ ଯୀଶୁ ଈଶ୍ୱରହୋଇ ମହାମହିମ କୁମର

କେଡ଼େ ଦୁଃଖ କଲ ଅଙ୍ଗୀକାର ! । ଘୋଷା ।

ଆହା ସେହି ଗେତ୍ସେମନି ବଗିଚାରେ ହୋଇଥିଲ କି ବ୍ୟାକୁଳ !

ଆଉ ସେହି ଭୟାନକ କ୍ରୁଶୋପରେ ସହିଲ କି ଦୁଃଖ ଘୋର !    । ୧ ।

ଦୁଃଖରୂପ ଜଳେ ତୁମ୍ଭେ ହେଲ ମଗ୍ନ ରକ୍ତେ ବୁଡ଼ିଲା ଶରୀର,

ମରଣ କାଳ ସମାନ ତୁମ୍ଭ ପ୍ରାଣ ହୋଇଲା ଅତି ବ୍ୟାକୁଳ

ଅଧୋମୁଖ ହୋଇ ଭୂମିରେ ପଡ଼ିଲ ହୋଇଣ ଦୁଃଖେ କାତର,     । ୨ 

ରକ୍ତ ଟୋପା ପରି ତୁମ୍ଭ ଝାଳବାରି ପଡ଼ିଲା ଭୂମି ଉପର 

ଅପମାନ କ୍ରୁଶ କାନ୍ଧେ ଥିଲ ବହି ଆହୁରି ମୋ ପାପଭାର,         । ୩ 

ଏଥିପରେ ଦୁଃଖ ତାଡ଼ନା ଭୋଗିଲ ଦାରୁଣ କ୍ଳେଶ ପ୍ରହାର 

ମସ୍ତକରେ ବ୍ୟଥା ହସ୍ତ ପାଦେ କଣ୍ଟା ପାଶ୍ୱର୍ରେ ବିନ୍ଧା ଆବର। ୪ 

ବହେ ଧାର ଧାର ସନ୍ତାପ ରୁଧିର ପୁଣି ବହେ ଦୟା ନୀର ଯୀଶୁ,

ତୁମ୍ଭ କଣ୍ଟା ମୁକୁଟ ଭୂଷଣ ମୋର ଗୌରବ କାରଣ,    । ୫ 

ତୁମ୍ଭ ଦୁଃଖ ନିନ୍ଦା ଦାରୁଣ କଷଣ ପ୍ରତିକାର ମୂଳ ମୋର            । ୬ 

ଆହେ ଗେତ୍ସେମନିହେ ଆଶ୍ଚର୍ଯ୍ୟ କ୍ରୁଶହେ ଯୀଶୁ ଦୟାସାଗର,

ତୁମ୍ଭ ମହା ପ୍ରେମ ଯାତନା କଷଣ ମନୁ ନୋହିବ ପାସୋର        । ୭ । 

 

ଯହିଁରେ ଶୁଝିବି ତୁମ୍ଭ ମହା ପ୍ରେମ ଏମନ୍ତ କି ଅଛି ମୋର ?

ଏହି ମାତ୍ର ମୁହିଁ ଦେବାକୁ ପାରଇ ଦେହ ପ୍ରାଣ ବଳ ମୋର        । ୮ ।

ସୂଚୀମାଳାକୁ ଫେରନ୍ତୁ