ଆହେ ଯୀଶୁତବ ଆଜ୍ଞା ପ୍ରମାଣେ କୋମଳ ଓ 

ନମ୍ର ଅନ୍ତଃକରଣେ ପାଳିବି ହୃଷ୍ଟମନେ ଏ ନିୟମ,

ଯୀଶୁ ତବ ମହା ପ୍ରେମ ବିଧାନକରିବି ସ୍ମରଣ ତୁମ୍ଭ ଅପୂର୍ବ ପ୍ରେମ କ୍ଳେଶମାନ । ୧ ।

ତବ ଶରୀର ଭଗ୍ନ ମୋ କାରଣଏ ଭଗ୍ନ ରୋଟୀ ତାର ନିଦର୍ଶନ,

ତବ ବହୁମୂଲ୍ୟ ରୁଧିରଧାର ଦ୍ରାକ୍ଷାରସ ପାତ୍ରେ ଦର୍ଶନ ତାର,

କରିବି ସ୍ମରଣ ମୋ ପ୍ରତି ତୁମ୍ଭର ଅଗମ୍ୟ ପ୍ରେମ । ୨ ।

ହେ ଗେତ୍ସମନିସୁନ୍ଦର ଉଦ୍ୟାନତୁମ୍ଭେ ହେବ କି ମନୁଁ ବିସ୍ମରଣ ?

ନାହିଁ ନାହିଁ ତହିଁ ହୁଏ ଦର୍ଶନଯୀଶୁଙ୍କ ରୁଧିର ସ୍ୱେଦ ପତନ,

କରିବି ସ୍ମରଣ ହେ ଯୀଶୁ ତବ ମହାଶ୍ଚର୍ଯ୍ୟ ପ୍ରେମ । ୩ ।

କରିବି ନିତାନ୍ତ ତବ ସ୍ମରଣଆଉ ତୁମ୍ଭର ଯାତନା କଷଣ,

ମୋ ପ୍ରତି ତୁମ୍ଭ ମହାଶ୍ଚର୍ଯ୍ୟ ପ୍ରେମ ଜୀବନ ଯାଏ କରିବି ସ୍ମରଣହେ ଯୀଶୁ ପରମ,

ତୁମ୍ଭେ ହେବ କି ମନୁଁ ବିସ୍ମରଣ । ୪ 

ନିଦାନ କାଳ ହେଲେ ଉପସ୍ଥିତହେଲେ ମୋ ଜୀବନ ଯାତ୍ରା ସମାପ୍ତ,

ପ୍ରିୟତମ ତ୍ରାତାମୋହର ପ୍ରତି ପକାଅ ତୁମ୍ଭର କରୁଣା ଦୃଷ୍ଟି,

ନ ପାସୋର ମୋତେସ୍ମରଣେ ରଖ ତବ ପ୍ରେମଚିତ୍ତେ । ୫ ।

ସୂଚୀମାଳାକୁ ଫେରନ୍ତୁ