ଆହେ କୃପାସିନ୍ଧୁ,

ତୁମ୍ଭ ଶ୍ରୀପାଦରେ ମୋର ଗୁହାରି ଏତିକି । ଘୋଷା ।

କୁଳପାବନ ହେହୃଦ-ପଦ୍ମେ ରହି ବିନାଶ ଏ ଷଡ଼ରିପୁକୁ ସମୂଳେ ।

ହୃଦୟ ଦିଅ ଧୋଇ ତବ ଶୋଣିତ ଦେଇ,

ପାତି ପ୍ରେମ ଆସନ ବସି ଜୀବନ ସାଇଁପ୍ରେମ-ପୀୟୁଷ ଧାରା ବହୁ ହୃଦୟ ଛାଇ,

ଶରଣ ସମ୍ଭାଳ ଶ୍ରୀ ପାଦେ କିଣା ଜନକୁ । ୧ ।

ପାପ ଦାବାନଳ ହୃଦ-ବନେ ମୋର ଯେବେ ପ୍ରବଳ ଉଠଇ,

ଆହେ ପ୍ରେମ ଝରଦେଇ ପ୍ରେମ-ଜଳ

ଅନଳକୁ ଦଳ ସୁଦୟା ଚିତ୍ତରେ । ୨ ।

ଯେବେ ଜଞ୍ଜାଳର ଜାଲେ ଜଡ଼ି ମୁହିଁ ଭୁଲେଁ ମୋକ୍ଷଦ ପଦକୁ,

କ୍ରୁଶ କତୁରୀ ଦେଇ   କାଟି କର ତ୍ରାହି

ଏତିକି ମିନତି ଆହେ ପାପୀ-ବନ୍ଧୁ । ୩ ।

ଯେତେ ଦିନ ମୁହିଁ     ଭବେ ବଞ୍ôଚଥାଇ

ପୂଜିବି ପଦ ଯୁଗଳ,

ଭାବେ ତବ ଦାସ,

ପୂରାଅ ମାନସବାସ ଦିଅ ଶେଷେ ପାଦେ ଅଧମକୁ । ୪ ।

ସୂଚୀମାଳାକୁ ଫେରନ୍ତୁ