ଆ… ଫେରିଆରେ ଥରେ କ୍ରୂଶ ଶରଣେ
ଧୋଇଦେବ ପାପ ଯେତେ ଅଛି ଜୀବନେ … (ଘୋଷା)

ଦୁଇ ବାହୁ ମେଲି କୁଶେ ପ୍ରେମ ଅଧରେ
ଡାକୁଛନ୍ତି ଯୀଶୁ ରାଜା କ୍ଷମା ରୁଧିରେ
ଝରିଯାଏ ସେ ରୁଧିର ତୋର କାରଣେ … |୧|

ଭୁଲି ପଥ ହଜିଛୁ ତୁ ମାୟା ସଂସାରେ
ତଥାପି ବି ପ୍ରେମିକ ସେ ତୋ ପାଇଁରେ
ଚାହିଁଛନ୍ତି ବାଟ ତୋର ଆକୁଳ ପ୍ରାଣେ … |୨|

ସୂଚୀମାଳାକୁ ଫେରନ୍ତୁ