ଆହେ କ୍ରୁଶ ସୈନ୍ୟଗଣଆସ ବହନ
ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।
 
ଧ ନ୍ୟ ଯୀଶୁ ତ୍ରାତାଦଶ ସହସ୍ରେ ଧନ୍ୟ,
କ୍ରୁଶ କାଷ୍ଠେମରି କଷ୍ଟ ସାଧିଲେ ତ୍ରାଣ । ୧ ।
 
ସତ୍ୟଶାନ୍ତିଦୟାକ୍ଷମା ସେ କ୍ରୁଶେ ପୂର୍ଣ୍ଣ,
ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ 
 
ଉଠ କ୍ରୁଶ-ସୈନ୍ୟଗଣଦୟାର କର୍ମ
ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ । 
 
ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ
ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ ।
 
ଧର୍ମାତ୍ମା ପ୍ରଭାବେ ଉଠକରିବା କର୍ମ
ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।
 
ପାପ ପଥୁଁ ଫେରାଇବା ଯେତେକ ଜନ
ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।
 
ଆହେ ଯୀଶୁକ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 
କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।