ଆହେ ସୁନ୍ଦର ଆସ ଆଜି ତୁମେଭାଷ ତୁମ ବାଣୀ ଏ ମିଳନରେ,

ତ୍ୟାଗର ସରସ ପରଶ ଦିଅହେଉଦ୍ଦୀପନା ଆସୁ ଅନନ୍ତରେ    । ଘୋଷା । 

 

ଜାଗରେ ଉତ୍କଳ ସନ୍ତାନ ଆଜି କହୁଛ ଗୋପନ ମନ୍ତ୍ରରେ,

ମୋହରି ଉଦାର ବାଣୀର ପ୍ରଚାର-କରମେ ନିୟତେ ଲାଗରେ           । ୧ । 

 

ମୋହରି ଶରଣ ବରଣ କରକ୍ରୁଶର ପତାକା ଧରରେ,

ତ୍ୟାଗର ସରସ ସାଜରେ ସାଜିଲେ ସୁଖର ସନ୍ଧାନ ମିଳେରେ        । ୨ ।

 

 ହିଂସାର କୃପାଣ ଫିଙ୍ଗରେ ଦୂରେପ୍ରେମର ଭୂଷଣେ ସାଜରେ,

ତେବେ ଯେ ମୋହରି ପ୍ରେମର ମନ୍ତର ବ୍ୟାପିବ ସିନା ଏ ଧରାରେ । ୩ ।

 

 କ୍ଷମାର ମନ୍ତ୍ରରେ ହୁଅ ହେ ପୂତଶାନ୍ତିର ପତାକା ଧରରେ,

ତେବେ ତ ମୋହରି ସନ୍ତାନସନ୍ତତି ଜାଣିବେ ଜଗତ ଜନରେ  । ୪ । 

 

ଜାଗରେ ମୋହର ଉତ୍କଳ ସନ୍ତାନମୋ ପ୍ରେମ ମନ୍ତ୍ରରେ ଜାଗରେ,

ମୁଁ ଅଛି ସାଥିରେ ନିୟତ ତୁମରମୋ ରାଜ୍ୟ ବିସ୍ତାରେ ଲାଗରେ          । ୫ 

ସୂଚୀମାଳାକୁ ଫେରନ୍ତୁ