ଆହେ ମୋର ଯୀଶୁ ସୁନ୍ଦର
ମୋ ପାଇଁ କି ଦୁଃଖ ସହିଲ
ହୋଇ ଈଶସୁତ ମାନବର ପାଇ
ନିଜ ଜୀବନ ବଳି ଦେଲ… (ଘୋଷା)

ଦୋଷୀ ନୋହିଁ ମହା ଦୋଷୀ ଭାବରେ
ବନ୍ଧା ହେଲ ଯାଇ କୃଶ ଉପରେ
କଣ୍ଟା ବିଦ୍ଧ ହୋଇ କଣ୍ଟାର ମୁକୁଟ
ନିଜ ଶିରେ ଧାରଣ କଲ… |୧|

ମୁହିଁ ମହାପାପୀ ଅଯୋଗ୍ୟ ତୁମର
ଭୋଗିଛି ଜୀବନେ ସୁଖ ଅପାର
ଧୋଇଦିଅ ପ୍ରଭୁ ମୋତେ ସେ ରକତେ
କର ମୋତେ ପାପୁ ଉଦ୍ଧାର… |୨|

ସୂଚୀମାଳାକୁ ଫେରନ୍ତୁ