ମୁଁ ତ ଯୀଶୁଙ୍କୁ ମନରେ ମାନି ରଖିଛି… (ଘୋଷା)

ଯୀଶୁଖ୍ରୀଷ୍ଟ ପ୍ରଭୁ ତୁମରି ଦରଶନ
କେହି ମାନୁ ବା ନମାନୁ ମୁଁ ମାନି ରଖିଛି.. |୧|

ଯୀଶୁଖ୍ରୀଷ୍ଟ ପ୍ରଭୁ ସବୁରି ପରିତ୍ରାଣ
କେହି ଜାଣୁ ବା ନ ଜାଣୁ ମୁଁ ଜାଣି ରଖିଛି… |୨|

ବନ୍ଦନା ସଙ୍ଗୀତ ଗାଅ ପ୍ରିୟ ଭଉଣୀ
ତୁମେ ଗାଅ ବା ନ ଗାଅ ମୁଁ ଗାଇ ରହୁଛି… |୩|

ମୃଦଙ୍ଗ ବଜାଇ ନାଚ ପ୍ରିୟ ଭାଇ
ତୁମେ ନାଚ ବା ନ ନାଚ ମୁଁ ନାଚି ରହୁଛି … |୪|

ଆଶିଷ ବିନତି କର ପ୍ରିୟ ବଂଧୁ
ଯୀଶୁ ଆଶିଷ ଦେବାକୁ ରାଜି ଅଛନ୍ତି ।… |୫|

ସୂଚୀମାଳାକୁ ଫେରନ୍ତୁ