ମନ କିପାଇଁ ମୁହିଁ

ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା । 

 

କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର,

ଅନେକ ଆପଦ ଭୟ ସଙ୍କଟ କରିଛି ଜୟ,

ଏବେ କି ହଟିବି ପଛେ କାତର ହୋଇ । ୧ । 

 

କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ !

ଏଡ଼େ ସାଧ ଯହିଁ ପାଇଁ          କରି ଆସିଅଛି ମୁହିଁ,

ବସିବି କି ତାର ଦ୍ୱାରେ ଦୁଃଖକୁ ଧ୍ୟାୟୀ । ୨ 

ଯୀଶୁ ମୋହରି ଆଗେ ଯାଇଛନ୍ତି ବାରେ ତାକୁ ହୋଇଣ ପାରି,

ଏବେ ସେ ମୁକୁଟ ଧରି ଡାକନ୍ତି ହସ୍ତ ବିସ୍ତାରି,

ନ ଯିବି ତାଙ୍କ ଡାକ ଶୁଣି ମୁଁ ଧାଇଁ । ୩ 

ନାହିଁ ହେ ନାହିଁ ନାହିଁନିଶ୍ଚୟେ ପଶିବି ମୁଁ ସେ ଯର୍ଦ୍ଦନେ ଯାଇ,

ତାର ଗଭୀର କଲ୍ଲୋଳ ହେଉ ପଛକେ ପ୍ରବଳ

ପ୍ରଭୁ ବଳେ ନିଶ୍ଚେ ପାରି ହୋଇବି ମୁହିଁ । ୪ ।