ମନ ତୁହି ଜାଣୁ ନାହିଁ କି

କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି । ଘୋଷା । 

 

ଯେଉଁ ଯୀଶୁ ଥରେବହିଥିଲେ ତୋର ପାପ ନିଜ ପୃଷ୍ଠରେ

ସେହି ଯୀଶୁ ଏହିକ୍ଷଣେ          ବସି ପିତାଙ୍କ ଦକ୍ଷିଣେ 

ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ ।

ସେହି ଯୀଶୁ ଥରେବହିଥିଲେ କ୍ରୁଶକାଠ ଅତି କଷ୍ଟରେ

ତହିଁ ହୋଇ କ୍ଷତଯୁକ୍ତ ହେଲେ ତୋର ପାଇଁ ହତ

ଏବେ ଦେଖାନ୍ତି ସେ କ୍ଷତ ତୋହର ରକ୍ଷା ପାଇଁକି । ୨ 

 

ଦେଖ ଆରେ ମନପ୍ରକାଶିଲେ ଯୀଶୁ ତୋହ ପ୍ରତି କି ପ୍ରେମ

କରନ୍ତି ସେ ନିବେଦନ ଦିବାରାତ୍ର ଅନୁକ୍ଷଣ

ଏହି ହେତୁ ତୋ ସୁରକ୍ଷାଏହା ଜଣା ନୁହଁଇ କି । ୩ 

କହୁଛି ବୁଝାଇଘେନ ତୁ ମୋର ବଚନ ସୁସ୍ଥିର ହୋଇ,

ଯୀଶୁ ତୋର ମହା ପୁଣ୍ୟ ପୁଣି ଅନନ୍ତ ଜୀବନ,

ଏଣୁ ଧର ତାଙ୍କ ପାଦ ଏବେ ତୋ ମୁକ୍ତି ପାଇଁକି । ୪ ।

ଆରେ ମଢ଼ ମନହେଳା କରି ନ ଧରୁ ତୁ ଯୀଶୁ ଚରଣ,

ଶୁଭକାଳ ଏଡ଼ି ଦେଉ,                ମୁକ୍ତି ମାର୍ଗ ଛାଡ଼ି ଦେଉ,

ତେବେ ତାଙ୍କ ବିନୁ ରକ୍ଷା ଆଉ ପାଇ ପାରିବୁ କି । ୫