ମୋର ସର୍ବ ଦୁର୍ଦ୍ଦଶାରେ ଯିବି ମୁଁ କାହାଠାକୁ ?

କିଏ ହେବ ସୁପ୍ରସନ୍ନ ଦେଖି ମୋ ଦୁର୍ଦ୍ଦଶାକୁ । ଘୋଷା ।

ନାହିଁଟି ଅନ୍ୟାଶ୍ରୟ ହେବ ମୋର ସହାୟ,

ସର୍ବ ଦୁଃଖେ ଅଗ୍ରସର ହେବି ଯୀଶୁ ଛାମୁକୁ । ୧ ।

ପାପୀ ପରମ ବନ୍ଧୁ ସେହି କରୁଣା ସିନ୍ଧୁ 

ଯେ ଆସେ ତାଙ୍କ ଛାମୁକୁ ନ ତେଜନ୍ତି ସେ ତାକୁ । ୨ ।

ତାଙ୍କର ଶ୍ରୀ ବଦନ ସୁପ୍ରସନ୍ନ କିରଣ,

ଉଦୟ ହୋଇଲେ ସର୍ବ ଦୁଃଖ ଯିବ ଦୂରକୁ । ୩ । 

 

ସେ ସର୍ବ ଶକ୍ତିମନ୍ତ ମୋର ଦୃଢ଼ ପର୍ବତ,

ଥ ôଲେ ତାଙ୍କ ଉହାଡ଼ରେ କେ ଆସିବ ପାଖକୁ । ୪ । 

 

ମୋର ସୂର୍ଯ୍ୟମୋ ଢାଲ ସେହି ଇମ୍ମାନୁୟେଲ,

ଥ ôଲେ ତାଙ୍କ ସନ୍ନିକଟେ ଆଉ ଭୟ କାହାକୁ । ୫ ।