Friday, February 21, 2025

mu je eka abujha puajhia tumara ମୁଁ ଯେ ଏକା ଅବୁଝା ପୁଆଝିଅ Odia Christian Lyrics


ମୁଁ ଯେ ଏକା ଅବୁଝା ପୁଆଝିଅ ତୁମର
କ୍ଷମା ଦେଇ ବାରେ ମୋତେ କର ନିଜର (ଘୋଷା)

କେତେ ଥର ମୁଁ ତୁମକୁ କୃଶେ ଝୁଲାଇଛି,
ଶରୀରେ ତୁମରି କେତେ କ୍ଷତ କରି ଚାଲିଛି,
ନୁହେଁ ମୁଁ ତିଳେ ଯୋଗ୍ୟ ତୁମର ( ୨ ଥର)
କ୍ଷମା ଦେଇ ବାରେ ମୋତେ କର ନିଜର || ୧ ||

ଅପବ୍ୟୟୀ ପୁତ୍ର ନ୍ୟାୟ ଆଜି ଫେରି ଆସିଛି
ସବୁ ଦୋଷ ମୋର ତୁମ ଚରଣରେ ରଖୁଛି
ହୃଦୟ ତୁମ ଅତି ଉଦାର ( ୨ ଥର)
କ୍ଷମା ଦେଇ ବାରେ ମୋତେ କର ନିଜର || ୨ ||

ସୂଚୀମାଳାକୁ ଫେରନ୍ତୁ


mu ki nebi jishu pade thoyibi ମୁଁ କି ନେବି ଯୀଶୁ ପାଦେ ଥୋଇବି Odia Christian Lyrics


ମୁଁ କି ନେବି ଯୀଶୁ ପାଦେ ଥୋଇବି ?
କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା)

କି ଅଛି ମୋହର କି ଘେନି ଯିବି ?
ତାଙ୍କ ପ୍ରେମ ତୁଲ୍ୟ କି ଦ୍ରବ୍ୟ ଦେବି ? || ୧ ||

ମୁଁ ଦରିଦ୍ର, କାହୁଁ ଧନ ପାଇବି ?
କି ଧନ ଦେଇ ବା ତାଙ୍କୁ ପୋଷିବି ? || ୨ ||

ସବୁ ତ ତାଙ୍କର ତାଙ୍କୁ କି ଦେବି ?
ସୁଯୋଗ୍ୟ ପଦାର୍ଥ କାହୁଁ ଆଣିବି ? || ୩ ||

ଯଦିବା ମୁଁ ଦେହ ପ୍ରାଣ ଅର୍ପିବି
ତେବେ ମୁଁ ଧାରୁଆ ହୋଇ ରହିବି || ୪ ||

ଯାବଜୀବନ ମୁଁ କୃତଜ୍ଞ ହେବି,
ନମ୍ର ହୋଇ ତାଙ୍କ ପାଦେ ପଡ଼ିବି || ୫ ||

ତାଙ୍କ ପ୍ରଶଂସାରେ କାଳ କାଟିବି,
ଦେହ ପ୍ରାଣ ସବୁ ମୁଁ ଉତ୍ସର୍ଗିବି || ୬ ||

ସୂଚୀମାଳାକୁ ଫେରନ୍ତୁ

muktidata jishu muktidata ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି Odia Christian Lyrics


ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି ଏକା ମୋର ପାପ ହରତା (ଘୋଷା)

ଅନ୍ଧକାରେ ସେ ମୋ ଦିବ୍ୟଶିଖା
ଭବ ସାଗରେ ମୋ ତ୍ରାଣ ନଉକା ||୧||

ମୋ ମନ ଆକାଶେ ସେ ସବିତା
ମୋ ହୃଦ ଦୀପ ଅଲିଭା ବର୍ଭାକା || ୨ ||

ପାପ ନାଶକାରୀ ଜଗତ ଜିତା
ସଙ୍କଟ କାଳେ ମୋ ଉଦ୍ଧାରକର୍ତ୍ତା ||୩||

ସୂଚୀମାଳାକୁ ଫେରନ୍ତୁ


micha maya sansare ମିଛ ମାୟା ସଂସାରରେ Odia Christian Lyrics


ମିଛ ମାୟା ସଂସାରରେ
ଗଡ଼ି ଚାଲି ଯାଏ ଏ ସମୟ
କାହିଁ କର ତୁମେ ତହିଁ ଶପଥର ମିଛ ଅଭିନୟ
ହଁ କଥା ହିଁ ହେଉ, ନା କଥା ନ ହେଉ
ହେଉ ଜୀବନର ଏ ଅଭିପ୍ରାୟ (ଘୋଷା)

ଭାଙ୍ଗି ପୁଣି ଗଢ଼ିବାର, ନାହିଁ କିଛି ସକ୍ଷମତା
ହୃଦୟରେ ଭରିଅଛି, ଶତ ଶତ ଦୁର୍ବଳତା
ମସ୍ତକର କେଶ ରଙ୍ଗ; ବଦଳାଇ ନ ପାର
ତେବେ କାହିଁ ନିଅ ତୁମେ
ଶପଥ ଯେ ତୁମ ମସ୍ତକର || ୧ ||

ସ୍ଵର୍ଗ ତାଙ୍କ ସିଂହାସନ, ଧରା ତାଙ୍କ ପାଦପୀଠ
ସୃଷ୍ଟିକର୍ତ୍ତା ସେ ଆମର, ପ୍ରଭୁଙ୍କର ପ୍ରଭୁ ସେ ତ
ମିଛେ ତାଙ୍କ ନାମ ନେଇ, ଶପଥ ଆଉ ନ କର
ତାଙ୍କଠି ଭରସା କଲେ
ହେବ ନାହିଁ କେବେ ପରାଜୟ ||୨||

ସୂଚୀମାଳାକୁ ଫେରନ୍ତୁ


macha dharibu nahi ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ Odia Christian Lyrics


ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ
ଜାଲ ଧରିବୁ ନାହିଁ ଆଉ ଆମେ ବାକ୍ୟକୁ ଧରିବୁ
ହା… ହା…ହାଲେୟା (ଘୋଷା)

ଯୀଶୁଙ୍କ ଡାକ ଶୁଣିଯିବୁ, ଜାଲ, ନଉକା, ଛାଡ଼ିଦେବୁ
ଭବ ସମୁଦ୍ର ବୁଲି ବୁଲି ସୁସମାଗ୍ଧର କହିଯିବୁ
ହା… ହା…ହାଲିୟା || ୧ ||

ସଜାଡ଼ିବୁନି ଚୌକା ସବୁ, ଜନ ମନକୁ ସଜାଡ଼ିବୁ
ଭଙ୍ଗାଚୁନା ମନ ସବୁକୁ, ଯୀଶୁଙ୍କ କତିକୁ ଆଣିବୁ
ହା…ହା…ହାଲ୍ଲିଲୁୟା || ୨ ||

ଜନପୂର୍ଣ ଜାଲ ଟାଣିବୁ ସ୍ଵର୍ଗ ଖୋଳେଇରେ ସବୁ
ଏକଶ ତେପନ ବଡ଼ ମାଛ ଗୋଟି ଗୋଟି କରି ଗଣିନେବୁ
ହା…ହା…ହାଲ୍ଲିଲୁୟା || ୩ ||

ସୂଚୀମାଳାକୁ ଫେରନ୍ତୁ

mahimare purichi mara sehi jishunka ମହିମାରେ ପୁରିଛି ମୋର ସେହି Odia Christian Lyrics

 

ମହିମାରେ ପୁରିଛି
ମୋର ସେହି ଯୀଶୁଙ୍କ ନାମ
ଗଉରବେ ଭରିଛି
ମୋର ସେହି ଯୀଶୁଙ୍କ ନାମ (ଘୋଷା)

ଚିର ମଧୁମୟ, ଚିର ପ୍ରେମମୟ ତାଙ୍କର ଅପାର ଦୟା
ସଦା ଲୋଡୁଥିବି, ସଦା ମାଗୁଥିବି ମୋ ଜୀବନେ ତାଙ୍କ ଛାୟା
ଯେବେ ତାଙ୍କୁ ଚାହେଁ, ଜ୍ୟୋତି ଝରୁଥାଏ
ପ୍ରଭୁ ସେ ମହାମହିମ
ମନେ ମନେ ଭାଳେ, ସତେ ନେବେ କୋଳେ
ମୋର ସେ ପ୍ରଭୁ ପରମ || ୧ ||

ଅନେକ ଆଶାର, ଅନେକ ଖୁସିର ସ୍ଵର୍ଗ ସୁରଭି ସିଏ
ତାଙ୍କରି ପରଶେ, ନିରାଶ ଜୀବନେ ସରସତା ଭରିଯାଏ
ସୁନ୍ଦର ଠାରୁ ସୁନ୍ଦର ସିଏ
ସେଇ ଯେ ସୁନ୍ଦରତମ
ତାଙ୍କ ପାଦେ ମନ ଅରପଣ କରି
ସାର୍ଥକ ହେଉ ଜନମ || ୨ ||

ସୂଚୀମାଳାକୁ ଫେରନ୍ତୁ

mahima heu tumbhara he parama ମହିମା ହେଉ ତୁମ୍ଭର ହେ ପରମ ଈଶ୍ବର Odia Christian Lyrics


ମହିମା ହେଉ ତୁମ୍ଭର ହେ ପରମ ଈଶ୍ବର
ପ୍ରଶଂସା ହେଉ ତୁମ୍ଭର ହେ ପରମ ଈଶ୍ବର
ତୁମ୍ଭେ ଅନାଦି ଅନନ୍ତ ତୁମ୍ଭ ଅସୀମ ଅମୃତ
ହାଲ୍ଡଲୁୟା ହାଲେଲୁୟା ହାଲେଲୁୟା ହାସ୍ନେଲୁୟା
ହାଲ୍ଲେଲୁୟା ହାଲ୍ଡଲୁୟା ହାଲେଲୁୟା ହୋଶାନ୍ନା (ଘୋଷା)

ଏ ଆକାଶ ତଳେ ମନୁଷ୍ୟ ମଧ୍ୟରେ
କେହି ନାହିଁ ତାଙ୍କ ସମ
କ୍ଷମାର ସାଗର କରୁଣାର ଧାର
ସେହି ଏକା ଯୀଶୁ ନାମ || ୧ ||

ଆସ ଆଜି ପ୍ରଭୁ ହୃଦୟ ମନ୍ଦିରେ
ତୁମ୍ଭ ମୋର ପ୍ରାଣ ଧନ
ଗାଉଥିବି ନିତି ପ୍ରଶଂସାର ଗୀତି
ତୁମେ ମୋର ପରିତ୍ରାଣ || ୨ ||

ସୂଚୀମାଳାକୁ ଫେରନ୍ତୁ