ଧନ୍ୟ ଈଶ୍ୱରାଶ୍ରିତ ଜନ,

ଧ ନ୍ୟ ଧନ୍ୟ ସଦା ଧନ୍ୟଧନ୍ୟ ତାହାର ଜୀବନ । ଘୋଷା । 

 

କି ସୁଖ ବଚନଅଭିମାନ ଶୂନ୍ୟ ଲୋକେ ଅଟନ୍ତି ଧନ୍ୟ;

ଅନୁଗ୍ରହର ଭଣ୍ଡାର ସେମାନଙ୍କ ଅଧିକାର,

ସ୍ୱର୍ଗପୁରରେ ରକ୍ଷିତ ଜୀବନ ମୁକୁଟ ଜାଣ । ୧ ।

ପୁନର୍ବାର ଶୁଣଭଗ୍ନାନ୍ତଃକରଣ ଲୋକେ ଅଟନ୍ତି ଧନ୍ୟ,

ପାପ ପାଇଁ ଯେଉଁ ଜନ କରଇ ଖେଦ କ୍ରନ୍ଦନ,

ହୁଏ ତା ପାପ ମୋଚନପାଏ ପୂର୍ଣ୍ଣ ଶାନ୍ତି ଦାନ । ୨ ।

ଧନ୍ୟ ନମ୍ରଶୀଳଯେ କରଇ ଈର୍ଷା କ୍ରୋଧ ଗର୍ବାଦି ଦୂର କ୍ଷିତି ତାର ଅଧିକାର,

ଈଶ୍ୱର ହେବେ ତାହାର,

କରିବେ ଅଭାବ ଦୂରହେବେ ତାର ସୁରକ୍ଷଣ । ୩ ।

ଧନ୍ୟ ଧର୍ମ ପାଇଁ କ୍ଷୁଧିତ ତୃଷିତ ଯେଉଁ ଜନ ଅଟଇ,

ହେବ ସଦା ପରିତୃପ୍ତ ହୋଇ ଅତି ହୃଷ୍ଟପୁଷ୍ଟ,

ଅନନ୍ତ ଜୀବନ ଭକ୍ଷ୍ୟ ଜଳ ହୋଇବ ପ୍ରାପଣ । ୪ ।

ଧନ୍ୟ ଦୟାଶୀଳଯେ କରେ ଦରିଦ୍ର ଦୁଃଖୀର ଉପକାର,

ଯାହାର ଅନ୍ତଃକରଣ ପ୍ରେମରେ ତରଳେ ପୁଣ,

ପ୍ରଭୁଠାରୁ ସେ ପାଇବ ସଦା ଆଶୀର୍ବାଦ ଦାନ । ୫ ।

କି ମିଷ୍ଟ ବଚନନିର୍ମଳାନ୍ତଃକରଣ ଲୋକେ ସଦା ଧନ୍ୟ,

ଅନ୍ତଃକରଣ ଯାହାର ଅଟେ ଶୁଚି ପରିଷ୍କାର,

ହେବ ମହା ସୁଖ ପ୍ରାପ୍ତ କରି ଈଶ୍ୱର ଦର୍ଶନ । ୬ । 

 

ଯେ ମିଳନକାରୀ ଧନ୍ୟ ସେ ପୁଣିଧନ୍ୟ ଜୀବନ ତାହାରି;

ଦେଖ ତାହାର ସୌଭାଗ୍ୟହେବ ପ୍ରାପ୍ତ ସ୍ୱର୍ଗରାଜ୍ୟ

ହୋଇବ ବିଖ୍ୟାତ ସେ ସର୍ବ ଶକ୍ତିମାନ-ସନ୍ତାନ । ୭ ।

ଧ ନ୍ୟ ଯୀଶୁ ଲାଗି ନିନ୍ଦିତ ତାଡ଼ିତ ଦୁଃଖିତ ଲଜ୍ଜାଭୋଗୀ,

ସଦା ସେମାନଙ୍କ ଚିତ୍ତ ହେବ ଖ୍ରୀଷ୍ଟେ ଆନନ୍ଦିତ,

ଗୌରବଜନକ ପୁରସ୍କାର ହୋଇବ ପ୍ରାପଣ । ୮ ।

ସୂଚୀମାଳାକୁ ଫେରନ୍ତୁ