ଧନ୍ୟ ଯୀଶୁଧନ୍ୟ ଯୀଶୁ,

ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା ।

ଯୀଶୁ ସର୍ବ ଗୁଣଧାମକେ କରିପାରେ ବର୍ଣ୍ଣନ;

ତ୍ରିଭୁବନେ ତାଙ୍କ ସମ କିସ ଅଛି ତୁଳନା । ୧ । 

 

ଯୀଶୁ ସତ୍ୟ ପ୍ରେମ ରତ୍ନସେହି ଦେଲେ ତନୁ ପ୍ରାଣ;

ମନଧର କରି ଯତ୍ନତାଙ୍କ ପଦେ ଶରଣ । ୨ ।

ଯୀଶୁ’ଛନ୍ତି ସ୍ୱର୍ଗସେତୁକୋଣ ପଥର ପ୍ରମାଣ;

ଦୀନହୀନ ପାପୀ ହେତୁ ପିତ୍ରୁଦତ୍ତ ପରିତ୍ରାଣ । ୩ ।

ଯୀଶୁ ପ୍ରାଣଦାୟୀ ବୃକ୍ଷତହୁଁ ନିତ୍ୟ ତୋଳ ଫଳ;

ତାଙ୍କ ଛାୟା ତଳେ ବସସେ ତ ଅତି ରମ୍ୟ ସ୍ଥଳ । ୪ ।

 

ଯୀଶୁ ଅମୃତ ଅର୍ଣ୍ଣବଅନୁକ୍ଷଣ କର ପାନ;

ସର୍ବ ପୁଷ୍ପର ସୌରଭତହୁଁ ସଦା କର ଘ୍ରାଣ । ୫ । 

 

ଯୀଶୁ ସର୍ବ ଗୁଣମଣିତାଙ୍କ ମହିମା ଅପାର;

ମୁଁ ପାପୀ କି ପାରେ ଭଣି ଯୀଶୁ ନାମ ଗୁଣାକାର । ୬ ।