ଧର୍ମଗ୍ରନ୍ଥ ବଚନମାଳା ! ଭବାବ୍ଧି ତରଣେ ତରୀ ହୋଇଲା,

ଏ ଭବ-ଅରଣ୍ୟେ ପାପୀ ନରଗଣେ

ତ୍ରାଣର ଆଲୁଅ ଉଦୟ କଲା । ଘୋଷା ।

ତହିଁ ପାପ ମୋଚନ ବାଟ ଅଛି ସ୍ପଷ୍ଟ ରୂପେ ପ୍ରକଟ;

ତାହା ପାପୀ ମନ କରଇ ଫେରଣକରେ ନିବାରଣ ନରକ ଜ୍ୱାଳା । ୧ । 

 

ମଧୁଠାରୁ ଅତି ସୁମିଷ୍ଟଶୁଦ୍ଧ ସୁବର୍ଣ୍ଣରୁ ସେ ଇଷ୍ଟ,

ଧ ର୍ମଗ୍ରନ୍ଥ ବାଣୀ ଅତି ଶୁଦ୍ଧ ମଣିଅମୂଲ୍ୟ ରତନ ହୃଦୟ ମାଳା । ୨ ।

ନୁହେଁ ମନୁଷ୍ୟର କଳ୍ପିତହୋଇଅଛି ସେ ପରୀକ୍ଷିତ,

ଆଦ୍ୟ ପ୍ରାନ୍ତ ତାର ଅତି ସୁମିଳିତଘଟିବ ବିନାଶ କରିଲେ ହେଳା । ୩ ।

ଆଚରିବା ପାଇଁ ବ୍ୟବସ୍ଥାପଥ ଦର୍ଶନାର୍ଥେ ବଇଠା,

ଦେଇ ଧର୍ମ ଦୀପ୍ତି କରେ ନୂଆ ମତିପାପାନ୍ଧାର ଭୟ ସବୁ ନାଶିଲା । ୪ ।

ଅଜ୍ଞାନର ଜ୍ଞାନଦାୟକ ମନର ସେ ପରିବର୍ତ୍ତକ,

କହଇ ପତିତଏହି ଧର୍ମଗ୍ରନ୍ଥ ଈଶ୍ୱର ଆଦେଶେ ଦତ୍ତ ହୋଇଲା । ୫ ।