ମନକର ପ୍ରଭୁ ସ୍ତବ ଗାନ ପୂଜା;
ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା ।
 
ପ୍ରଭୁ ସ୍ତବ କରଆରେ ମନ ମୋରକରନ୍ତି ସର୍ବ ଶାସନ,
କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ ।
 
ପ୍ରଭୁ ସ୍ତବ କର ଆରେ ମନ ମୋରସେ କଲେ ତବ ସୃଜନ,
ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ । ୨ ।
 
ପ୍ରଭୁ ସ୍ତବ କରଆରେ ମନ ମୋରସେ କରି କରୁଣା ଦାନ,
ବୃଷ୍ଟିରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ । ୩ । 
 
ପ୍ରଭୁ ସ୍ତବ କର ଆରେ ମନ ମୋରନ ପାସୋର ତାଙ୍କ ପ୍ରେମ,
ଆହେ ସର୍ବପ୍ରାଣୀକରି ଜୟଧ୍ୱନି ଗାନ କର ପ୍ରଭୁ ନାମ । ୪ ।