ମଙ୍ଗଳ ମଙ୍ଗଧାରୀ

ଆନନ୍ଦେ ଭରିମୋ ଜୀବନ ତରୀ;

(ଏବେ) ଭାସିଯାଉ ଅନନ୍ତ ସ୍ରୋତେହେ ଭବକାଣ୍ଡାରୀ ।

ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି,

କର ରିଷ୍ଟ ପାରିଆହେ ବିପଦହାରୀ । ୧ ।

ହେଲା ଲକ୍ଷ୍ୟଚ୍ୟୁତି    ଭଗନ ପ୍ରତୀତି,

ପାଏନା ଶକତି ମୁହିଁ ମନ୍ଦମତି,

ନିଅ ମୋର ତରୀଆହେ ମଙ୍ଗଧାରୀ । ୨ ।

ଉତ୍ତାଳ ତରଙ୍ଗ        କରାଳର ବ୍ୟଙ୍ଗ ମୋହ ରସ ରଙ୍ଗ ତୁଟୁ ସବୁ ସଙ୍ଗ,

ପ୍ରୀତି ଶାନ୍ତି ଭରି କର ସାଗର ପାରି । ୩ ।

ସୂଚୀମାଳାକୁ ଫେରନ୍ତୁ