ମହାପ୍ରଭୁମହାପ୍ରେମ ଭବେ ପ୍ରକାଶିଲ;

ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା ।

ତୁମ ପ୍ରେମ ସୂତ୍ରେଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ ।

ଅମା ଅନ୍ଧକାରେଯୀଶୁ ହେ ମୋର ପ୍ରିୟ ଯୀଶୁ,

ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ ।

ତୁମ ପ୍ରେମ ଗୁଣେଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମ ପ୍ରେମ ଗୁଣେ ମୃତ ଜନେ ଜୀବନ ବିହିଲ । ୩ ।

ତୁମେ ପ୍ରେମଭରେଯୀଶୁ ହେ ମୋର ପ୍ରିୟ ଯୀଶୁ,

ତୁମେ ପ୍ରେମ ଭରେ କ୍ରୁଶୋପରେ ଅଧମେ ତାରିଲ । ୪ 

ସୂଚୀମାଳାକୁ ଫେରନ୍ତୁ