ଆହେ ବଳୀକୃତ ଯୁବାମେଷ ଖ୍ରୀଷ୍ଟଦୂର କର ମୋର ପାପଭାର । ଘୋଷା । 

 

ଭୟାନକ ଅପମାନ କ୍ରୁଶୋପରେବହିଥିଲ ମୋ ପାପଭାର ପୃଷ୍ଠରେ ! 

ତବ ମୁଣ୍ଡ ହାତ ପାଦରୁ ଅପାର ବହିଲା ରୁଧିର ଧାର ଧାର । ୧ ।

ନିଷ୍ପାପ ନିର୍ଦାଗ ଆହେ ଯୁବାମେଷଭୋଗିଲ କି ଲଜ୍ଜାସହିଲ କି କ୍ଳେଶ !

ଛିଞ୍ଚ ମୋ’ ପରେ ତୁମ୍ଭ ପାତିତ ରକ୍ତକର ଶୁଦ୍ଧରୂପେ ପରିଷ୍କାର । ୨ ।

ଆହେ ଈଶ୍ୱରଙ୍କ ଯୁବାମେଷ ଖ୍ରୀଷ୍ଟତୁମ୍ଭେ ଅଟ ମୋର ମହା ପ୍ରାୟଶ୍ଚିତ୍ତ;

ତୁମ୍ଭେ ମୋର ପୁଣ୍ୟତୁମ୍ଭେ ମୋ ମୁକୁଟତୁମ୍ଭ ବିହୁନେ ସବୁ ଅସାର । ୩ ।

ଯୀଶୁ ତୁମ୍ଭ କ୍ରୁଶ କରନ୍ତେ ଭାବନ ହେଉ ବିଦୀର୍ଣ୍ଣ ମୋର ପାଷାଣ ମନ;

ମୋତେ ଦିଅ କରିବାକୁ ଆଲିଙ୍ଗନ ତୁମ୍ଭ ମହାପ୍ରେମ ବକ୍ଷସ୍ଥଳ । ୪ ।