Thursday, September 29, 2022

Kara Ahe Naragana - Odia lyrics

କର ଆହେ ନରଗଣ ଇଶ୍ୱରଙ୍କ ଗୁଣଗାନ
ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ର୍ୟେଲୋକ୍ୟ ମହାରାଜନ

ସେହି ଅନାଦି ଅନନ୍ତ ସେହି ମହତ୍ୱ ବିଶିଷ୍ଟ
ହୁଅ ସର୍ବେ ପ୍ରାଣୀ ଭୀତ କର ତାଙ୍କ ଆରାଧନା

ସେହି ସର୍ବ ପରିତ୍ରାତା ସେ ମହା ମଙ୍ଗଳଦାତା
ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା

ସେହି ପ୍ରଭୁ ସର୍ବଜ୍ଞାତା ଜାଣନ୍ତି ମନର କଥା
ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ ଆରାଧନା

ସେହି ସର୍ବ ଶକ୍ତିମାନ ଦୟାରେ ସେ ବିଭୂଷଣ
ସେ ଅଟନ୍ତି ସର୍ବବ୍ୟାପି କର ତାଙ୍କ ଆରାଧନା

ସେହି ମହା ପରାକ୍ରମୀ ଅଟନ୍ତି ଜଗତସ୍ଵାମୀ
ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ କର ତାଙ୍କ ଆରାଧନା

ଆହେ ସର୍ବ ନରଗଣ ଗାଅ ତାଙ୍କ ଗୁଣଗାନ
କେବଳ ପ୍ରଭୁ ଯିହୋବା ଆରାଧନକୁ ଭାଜନ

No comments: