Thursday, September 29, 2022

Eshwara Jagadishwara - Odia Upasana Sangeeta

ଈଶ୍ଵର ଜଗଦୀଶ୍ଵର ପରମେଶ୍ୱର କରୁଣା କର 

ତୁମେ କରୁଣା କରିଲେ ଉଣା ହେବି ମୁଁ ଆଉ କାହାର
ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର

ତୁମ୍ଭ ବିହୁନେ ଏହି ଭୂବନେ ମୋ ମନ ସଦା ଅସ୍ଥିର
ଗଗନେ ଯେହ୍ନ ଧୂମ ପବନେ କେବେ ନୁହଇ ସୁସ୍ଥିର

ତୁମ୍ଭେ ସଙ୍ଗତେ ନ ଥିଲେ ମୋତେ ଦିଶଇ ସବୁ ଅନ୍ଧାର
ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର

ସବୁ ଅସାର ମିଥ୍ୟା ସଂସାର ନାହିଁ ବିଶ୍ରାମ ଆତ୍ମାର
ତୁମ୍ଭ କରୁଣା କେବଳ ସିନା ସୁଖ ଶାନ୍ତିର ନିର୍ଝର

ହେ ପ୍ରଭୁ ଆସ ମୋ ହୃଦେ ବାସ କର ତହିଁ ଅଧିକାର
ସଙ୍ଗତେ ଥାଅ ଶାନ୍ତି ରେ ନିଅ ସ୍ବର୍ଗୀୟ ପଥେ ତୁମ୍ଭର

ନିଦାନ କାଳ ହେଲେ ପ୍ରବଳ ମାନୁ ଭୟ ଦୂର କର
ଶ୍ରୀଚରଣେ ସ୍ଥିର ଭାବରେ ରଖ ହେ ଆତ୍ମା ମୋହର


No comments: