Thursday, September 29, 2022

Anadi Eshwara Dayara Sagara - odia lyrics

ଅନାଦି ଇଶ୍ଵର, ଦାୟର ସାଗର, ପାଳକ ସଦା ମୋର
ଅଭାବ ମୋହର କରିବେ ସେ ଦୂର
କେ ହେତୁ ହେବି ମୁଁ ଚିନ୍ତାରେ କାତର | ଘୋଷା |

ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର
ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାସିବେ ମନରୁ ଆପଦର ଡର | ୧ |

ପିତାମାତା ଭ୍ରାତାଦି ଯେତେକ ସ୍ଵଜାତି ଛୋଡ଼ିଲେ ନାହିଁ ଭୀତି
ରଖିବେ ଆବୋରି ସ୍ବବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର | ୨ |

ପାପରୁପ ଗରଳ ସଂସାର ଜଂଜାଳ କଲେ ମୋତେ ବିଭୋଲ
ଦୁଇର ଅନଳ କରିବେ ଶୀତଳ ଢାଳି ମୋ ଉପରେ ସ୍ବର୍ଗୀୟ ଶିଶିର | ୩ |

ନ ଛାଡି କୁଵାଟରେ ଅଡାଇ ସୁସ୍ବରେ ନେବେ ନିଜ ପଲରେ
ଅମୃତ ନିର୍ଝର ଜୀବନ ଆହାର ଭୋଜନ ପନାର୍ଥେ ଦେବେ ନିରନ୍ତର | ୪ |

ନିଜ ନାମ ସକାଶେ ଉଦ୍ଧାର କରିବେ ସ୍ୱପୁରେ ବାସ ଦେବେ
ଆରେ ମନ ମୋର ତୋ ଚିନ୍ତାର ଭାର ଦେଇ ତାଙ୍କ ହସ୍ତେ ହୁଅ ତୁ ସୁସ୍ଥିର | ୫ |

No comments: